26.1 C
Bhubaneswar
Thursday, March 26, 2026
Homeଓଡିଶାଓସିଏସ୍‌ ନିମନ୍ତେ ବିଜ୍ଞପ୍ତି ପ୍ରକାଶ

ଓସିଏସ୍‌ ନିମନ୍ତେ ବିଜ୍ଞପ୍ତି ପ୍ରକାଶ

କଟକ: ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ ଓଡ଼ିଶା ସିଭିଲ୍‌ ସର୍ଭିସ୍‌-୨୦୨୪ (ଓସିଏସ୍‌) ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି । ୨ ଶହ ପଦ ପୂରଣ ନିମନ୍ତେ ଆସନ୍ତା ଜାନୁଆରୀ ୧୦ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଆବେଦନର ଶେଷ ତାରିଖ ଫେବ୍ରୁଆରୀ ୧୦ ତାରିଖ ଧାର୍ୟ୍ୟ ହୋଇଛି । ଓପିଏସ୍‌ସି ପକ୍ଷରୁ ପ୍ରତିବର୍ଷ ଓସିଏସ୍‌ ପରୀକ୍ଷା କରାଯାଉଛି । ଏଥର ୨୦୦ ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେଉଛି । ସେଥିମଧ୍ୟରୁ ୬୫ଟି ପଦ ମହିଳାଙ୍କ ନିମନ୍ତେ ସଂରକ୍ଷିତ ରହିଛି । ଅନୁସୂଚିତ ଜନଜାତି ବର୍ଗର ପ୍ରାର୍ଥୀଙ୍କ ପାଇଁ ୫୦, ଅନୁସୂଚିତ ଜନଜାତି ବର୍ଗରେ ୪୫, ଏସଇବିସି ୩୫ ଏବଂ ଅସଂରକ୍ଷିତ ବର୍ଗରେ ୭୦ ପଦ ରହିଛି । ବିଜ୍ଞପ୍ତି ଅନୁସାରେ ମୋଟ୍‌ ୨୦୦ ପଦ ମଧ୍ୟରୁ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌)ରେ ୩୦ ପଦ, ଓଡ଼ିଶା ବିତ୍ତ ସେବା (ଓଏଫ୍‌ଏସ୍‌)ରେ ୪୬, ଓଡ଼ିଶା ଟ୍ୟାକେ୍‌ସସନ ଓ ଆକାଉଣ୍ଟ୍‌ ସର୍ଭିସ(ଓଟିଏସି)ରେ ୬୨, ଓଡ଼ିଶା କୋଅପରେଟିଭ୍‌ ଅଡିଟ୍‌ ସର୍ଭିସରେ ୫, ଓଡ଼ିଶା କୋଅପରେଟିଭ୍‌ ସର୍ଭିସ୍‌ରେ ୧୪ ଏବଂ ଓଡ଼ିଶା ରାଜସ୍ୱ ସେବା (ଓଆର୍‌ଏସ)ରେ ୪୩ ପଦ ପୂରଣ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking