ଭୁବନେଶ୍ୱର: ନିମ୍ନମାନର ଛତୁଆ ଯୋଗାଣ କରୁଛନ୍ତି ଏସଏଚଜି ଗ୍ରୁପ । ୧୨୫ ଟି ଏସଏଚଜି ଗ୍ରୁପ ବିରୋଧରେ ଅଭିଯୋଗ । ସମ୍ପୃକ୍ତ ଗ୍ରୁପକୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ଏସଏଫଟି ଲାବୋରେଟୋରୀରେ ନମୁନା ଯାଞ୍ଚ ହୋଇଥିଲା । ଏ ନେଇ ଆଜି ଗୃହରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଉତ୍ତର ରଖିଛନ୍ତି । ଶୀତ କାଳୀନ ବିଧାନସଭା ଅଧିବେଶନ ଚାଲିଥିବା ବେଳେ , ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଗୃହରେ ବୈଠକ ଚାଲିଛି । ପ୍ରଥମେ ଗୃହ ଆରମ୍ଭରୁ ବିଧାନସଭାରେ ହୋ ହାଲା ହୋଇଥିଲା , ପରେ ୧୧ ଟା ୩୦ ଯାଏଁ ସ୍ଥଗିତ ରଖାଇଯାଇଥିଲା , ପୁଣି ୪ ଟା ପର୍ଯ୍ୟନ୍ତ ବନ୍ଦ ରହିଛି । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଛତୁଆ କୁ ନେଇ ଏକ ବଡ ଉତ୍ତର ରଖିଛନ୍ତି ।