28.1 C
Bhubaneswar
Wednesday, October 16, 2024
Homeଦେଶ ବିଦେଶନୋଟାରୀ କରିପାରିବେନି ବିବାହ କିମ୍ବା ଛାଡ଼ପତ୍ର, କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି

ନୋଟାରୀ କରିପାରିବେନି ବିବାହ କିମ୍ବା ଛାଡ଼ପତ୍ର, କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି

କଟକ : ରେଜିଷ୍ଟ୍ରି ବାହାଘର କିମ୍ବା ବିବାହ ବିଚ୍ଛେଦ (ଛାଡ଼ପତ୍ର) କରିବାର କ୍ଷମତା ନୋଟାରୀଙ୍କର ନାହିଁ । ଏନେଇ ଆଇନଗତ ଭାବେ ନୋଟାରୀଙ୍କୁ କୌଣସି ପ୍ରକାର ଅଧିକାର ଦିଆଯାଇ ନାହିଁ । ଯଦି କୌଣସି ନୋଟାରୀ ଏହିଭଳି କାର୍ଯ୍ୟ କରୁଥିବା ଜଣାପଡ଼େ, ତାଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ବିଜ୍ଞପ୍ତିରେ କୁହାଯାଇଛି ଯେ, ନୋଟାରୀ ଆଇନ ୧୯୫୨ ଏବଂ ନୋଟାରୀ ରୁଲ୍ସ ୧୯୫୬ ଅନୁସାରେ ନୋଟାରୀଙ୍କ କାର୍ଯ୍ୟ ସ୍ଥିର କରାଯାଇଛି । ଏହି ଆଇନରେ ଜଣେ ନୋଟାରୀ ବିବାହ କିମ୍ବା ବିଚ୍ଛେଦ କାର୍ଯ୍ୟ କରିପାରିବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।

ଏପରିକି କୌଣସି ନୋଟାରୀଙ୍କୁ ବିବାହ ସମ୍ପର୍କିତ ସତ୍ୟପାଠ କରିବା ଲାଗି ମଧ୍ୟ କ୍ଷମତାପ୍ରାପ୍ତ କରାଯାଇନାହିଁ । ନୋଟାରୀ ମ୍ୟାରେଜ୍ ଅଫିସର୍ ଭାବେ ମଧ୍ୟ ନିଯୁକ୍ତ ପାଇନାହାନ୍ତି । ଆଇନରେ ଜଣେ ନୋଟାରୀଙ୍କ କାର୍ଯ୍ୟାବଳୀ ସମ୍ପର୍କିତ ସବୁକଥା ସ୍ପଷ୍ଟ ରହିଥିଲେ ମଧ୍ୟ ଅନେକ ସ୍ଥାନରେ ନୋଟାରୀମାନେ ବିବାହ ପଞ୍ଜୀକରଣ ଏବଂ ବିଚ୍ଛେଦ କାର୍ଯ୍ୟ କରୁଥିବା ନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟିକୁ ଆସିଥିଲା । ତେଣୁ କେନ୍ଦ୍ର ସରକାର ସାନି ବିଜ୍ଞପ୍ତି ଜାରି କରିବା ସହ ନୋଟାରୀଙ୍କ ଭୂମିକା ସ୍ପଷ୍ଟ କରିଛନ୍ତି । ଯଦି କୌଣସି ନୋଟାରୀ ଏଭଳି କରୁଥିବାର ଜଣାପଡ଼ନ୍ତି ଆଇନ ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି । ନୋଟାରୀ ରେଜିଷ୍ଟ୍ରାରରୁ ସେମାନଙ୍କ ନାମକୁ ହଟାଇ ଦିଆଯିବ । ତେଣୁ ନୋଟାରୀମାନେ ବିବାହ ପଞ୍ଜୀକରଣ ଏବଂ ବିଚ୍ଛେଦ କାର୍ଯ୍ୟରୁ ନିଜକୁ ଦୂରେଇ ରଖିବାକୁ ଏହି ବିଜ୍ଞପ୍ତିରେ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking