27.1 C
Bhubaneswar
Thursday, June 27, 2024
Homeଓଡିଶାରାୟଗଡ଼ା ନୁହେଁ ବରଂ କଳାହାଣ୍ଡି ହେଉଛି ଡିପ୍‌ଥେରିଆ ସଂକ୍ରମଣର ଉତ୍ସ

ରାୟଗଡ଼ା ନୁହେଁ ବରଂ କଳାହାଣ୍ଡି ହେଉଛି ଡିପ୍‌ଥେରିଆ ସଂକ୍ରମଣର ଉତ୍ସ

ଭୁବନେଶ୍ୱର : ଡିପ୍‌ଥେରିଆ ସଂକ୍ରମଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶିକା ଗଣମାଧ୍ୟକୁ କହିଛନ୍ତି ” ରାୟଗଡ଼ା ନୁହେଁ ବରଂ କଳାହାଣ୍ଡି ହେଉଛି ଡିପ୍‌ଥେରିଆ ସଂକ୍ରମଣର ଉତ୍ସ । ପ୍ରଥମେ କଳାହାଣ୍ଡି ଇନ୍ଦ୍ରାବତୀ ବୁଡ଼ି ଅଞ୍ଚଳରୁ ଏହି ସଂକ୍ରମଣ ବ୍ୟାପିଥିବା କହିଲେ ପରିବାର କଲ୍ୟାଣ ନିର୍ଦ୍ଦେଶିକା । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କଳାହାଣ୍ଡି, କୋରାପୁଟରେ ଚାଲିଛି ସର୍ଭେଲାନ୍ସ । ଡିପ୍‌ଥେରିଆରେ ମୃତ ୧୧ ବର୍ଷୀୟ ଝିଅର ଓଜନ ୧୫ କେଜି ଥିଲା । ତାହା ଅପପୁଷ୍ଟି କି ନାହିଁ, ସେନେଇ ଯାଞ୍ଚ ପାଇଁ ବି ନିର୍ଦ୍ଦେଶ ଦିଆଯାଇଛି ।” ଅପରପକ୍ଷରେ ଡିପଥେରିଆକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ରାୟଗଡ଼ା କାଶୀପୁରରେ ୧ ବର୍ଷ ବୟସ ମଧ୍ୟରେ ଥିବା ଶିଶୁଙ୍କୁ ଦିଆଯାଇଛି ପେଣ୍ଟା ଡୋଜ୍ । ସେହିପରି ୫ରୁ ୧୫ ବର୍ଷ ବୟସ୍କଙ୍କୁ ଟିଡି ଡୋଜ୍ ଦିଆଯିବ । ବର୍ତ୍ତମାନ ଗାଇଡଲାଇନ୍ ଅନୁସାରେ ସଂକ୍ରମଣ ଅଂଚଳରେ ସର୍ଭେଲାନ୍ସ ଚାଲିଥିବା ବେଳେ ସର୍ଭେଲାନ୍ସ ସରିବା ପରେ ସଂକ୍ରମଣ ବ୍ୟପିଥିବା ଅନ୍ୟ ଅଞ୍ଚଳରେ ବୁଷ୍ଟର ଡୋଜ୍ ଦିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking