18.1 C
Bhubaneswar
Wednesday, February 4, 2026
Homeଓଡିଶାସ୍କୁଲରେ ନାହାନ୍ତି ଶିକ୍ଷକ ଧାରଣା ଦେଲେ ଛାତ୍ରଛାତ୍ରୀ

ସ୍କୁଲରେ ନାହାନ୍ତି ଶିକ୍ଷକ ଧାରଣା ଦେଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର : ସ୍କୁଲ୍‌ରେ ଆବଶ୍ୟକୀୟ ଶିକ୍ଷକ ନାହାନ୍ତି। ଯେତିକି ସଂଖ୍ୟକ ପିଲାଙ୍କ ନାମ ଲେଖା ହେଉଛି, ସେହି ତୁଳନାରେ ଶ୍ରେଣୀଗୃହ ନାହିଁ। ଶିକ୍ଷକ ଅଭାବରୁ ଅଧାଦିନ ଶ୍ରେଣୀଗୃହ ଫାଙ୍କା ପଡ଼ୁଛି। ପିଲା ସ୍କୁଲକୁ ପଢ଼ିବାଲାଗି ଆସୁଛନ୍ତି ସତ, ହେଲେ ବସି ବସି ଘରକୁ ଫେରୁଛନ୍ତି। ଏହାକୁ ନେଇ ସ୍କୁଲ୍ କର୍ତ୍ତୃପକ୍ଷ, ଅଭିଭାବକ ଓ ପୁରାତନ ଛାତ୍ର ସଂସଦ ପକ୍ଷରୁ ବାରମ୍ବାର ବିଭାଗୀୟ ଅଧିକାରୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରାଯାଇଥିଲେ ହେଁ ସମସ୍ୟାର ସମାଧାନ ହୋଇପାରୁନି। ତେଣୁ ଶେଷରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଆଜି ଭିଏସ୍ଏସ୍ ନଗର ବୀର ସୁରେନ୍ଦ୍ର ସାଏ ଉଚ୍ଚ ବିଦ୍ୟାଳୟରେ ଫାଟକରେ ତାଲା ପକାଇ ସ୍କୁଲ୍ ସମ୍ମୁଖ ରାସ୍ତାରେ ଧାରଣାରେ ବସିଥିଲେ। ଦିନ ତମାମ ଧାରଣାରେ ବସିବା ପରେ ଅପରାହ୍ଣରେ ବ୍ଲକ୍ ଶିକ୍ଷାଧିକାରୀ(ବିଇଓ) ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ସହ ଗୋଟିଏ ସପ୍ତାହ ମଧ୍ୟରେ ଶିକ୍ଷକ ପଦବି ପୂରଣ ନେଇ ପ୍ରତିଶ୍ରୁତି ଦେଇଛନ୍ତି। ଏହା ପରେ ଧାରଣା ପ୍ରତ୍ୟାହୃତ ହୋଇଥିବା ପୁରାତନ ଛାତ୍ର ସଂସଦର ସଭାପତି ସୌମ୍ୟରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking