21.1 C
Bhubaneswar
Tuesday, February 3, 2026
Homeଓଡିଶାନରସିଂହ ବାବୁଙ୍କୁ ଗୁରୁତ୍ୱ ନ ଦେବା ଦଳ ପାଇଁ କ୍ଷତିକାରକ: ନିରଞ୍ଜନ ପଟ୍ଟନାୟକ

ନରସିଂହ ବାବୁଙ୍କୁ ଗୁରୁତ୍ୱ ନ ଦେବା ଦଳ ପାଇଁ କ୍ଷତିକାରକ: ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନରେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କୁ ଅଣଦେଖା କରିବା ପ୍ରସଙ୍ଗରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ପ୍ରତିକ୍ରିୟାରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି କି ନରସିଂହ ମିଶ୍ରଙ୍କୁ ଅଣଦେଖା କରିବା ଠିକ୍ ନୁହେଁ। ସେ ଜଣେ ଦକ୍ଷ, ଜ୍ଞାନୀ ଓ ଅଭିଜ୍ଞ ନେତା। ତାଙ୍କୁ ଅଣଦେଖା କରିବା ଏବଂ ନରସିଂହ ବାବୁଙ୍କ ଗୁରୁତ୍ୱକୁ ନ ନେବା ଦଳ ପାଇଁ କ୍ଷତିକାରକ ଅଟେ। ଏଥିପାଇଁ ମୁଁ ଦୁଃଖିତ। ତାଙ୍କୁ ଗୁରୁତ୍ଵ ଦେବା ଦଳର କର୍ମ। ସମସ୍ତଙ୍କୁ ନେଇ ଦଳ କିଭଳି ମଜବୁତ୍ ହେବ ନରସିଂହ ବାବୁ ତାହାର ବ୍ୟତିକ୍ରମ ନ ହୋଇ ପାରନ୍ତି। ତାଙ୍କୁ ସାଙ୍ଗରେ ନେଇ କାମ କରିବା ବୁଦ୍ଧିମାନର କାମ। ମନ୍ତ୍ରୀ, ବିଧାୟକ ଦଳ ନେତା, ବିରୋଧୀ ଦଳ ନେତା ଥିବା ବେଳେ ନରସିଂହ ବାବୁଙ୍କର କାର୍ଯ୍ୟ ସବୁଠୁ ଉଚ୍ଚକୋଟୀର। ସେ ଜଣେ ଭଲ ରାଜନେତା। ସବୁଠୁ ଖୁସିର କଥା, ଯାହା ମୁଁ ଶୁଣିଛି କି ପିସିସି ସଭାପତି ଭକ୍ତ ଚରଣ ଦାସ ଶ୍ରୀ ମିଶ୍ରଙ୍କ ସହ କଥା ହୋଇଛନ୍ତି, ଆଲୋଚନା କରିଛନ୍ତି ଏବଂ ସମାଧାନ ହୋଇଛି। ବର୍ତ୍ତମାନ ସବୁ କଂଗ୍ରେସ ନେତା ଯଦି ଏକାଠି ହୋଇ ଯୁଦ୍ଧ ନ କରିବେ, ଏକତ୍ରିତ ନ ହେବେ ତେବେ କଂଗ୍ରେସର ଭବିଷ୍ୟତ ଉଜ୍ଜଳ ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking