14.1 C
Bhubaneswar
Monday, January 12, 2026
Homeଓଡିଶାକ୍ରାସ୍ ନୁହେଁ, ଫୋର୍ସ ଲ୍ୟାଣ୍ଡିଂ: ନିର୍ଦ୍ଦେଶକ

କ୍ରାସ୍ ନୁହେଁ, ଫୋର୍ସ ଲ୍ୟାଣ୍ଡିଂ: ନିର୍ଦ୍ଦେଶକ

ରାଉରକେଲା: ରାଉରକେଲା ବିମାନ ଦୁର୍ଘଟଣା ନେଇ ବେସାମରିକ ବିମାନ ଚଳାଚଳ ପକ୍ଷରୁ ସ୍ପଷ୍ଟୀକରଣ । ନିର୍ଦ୍ଦେଶିକ ପ୍ରସନ୍ନ ପ୍ରଧାନ ସୂଚନା ଦେଇ କହିଛନ୍ତି ଯେ ମଧ୍ୟାହ୍ନ ୧୨ଟା ୨୭ରେ ଭୁବନେଶ୍ୱରରୁ ଉଡାଣ ଭରିଥିଲା ଇଣ୍ଡିଆ – ୧ ବିମାନ । ଭିଟି – କେଏସଏସ ୧୭ – ୧୦୨ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ସମୟରେ ବିମାନରେ ୨ ଜଣ ପାଇଲଟ୍‌, ୪ ଜଣ ଯାତ୍ରୀ ଥିଲେ । ଏହା କ୍ରାସ୍ ଲ୍ୟାଣ୍ଡିଂ ନୁହେଁ ଫୋର୍ସ ଲ୍ୟାଣ୍ଡିଂ ଥିଲା । ଇଞ୍ଜିନ୍‌ରେ ତ୍ରୁଟି ଥାଇପାରେ, ଯେଉଁଥିପାଇଁ ଫୋର୍ସ ଲ୍ୟାଣ୍ଡିଂ । ଅବତରଣ ୧୫ ମିନିଟ୍ ପୂର୍ବରୁ ଫୋର୍ସ ଲ୍ୟାଣ୍ଡିଂ ହୋଇଛି । ୩ ଆହତଙ୍କୁ ଜେପି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ୨ ପାଇଲେଟ ଓ ଜଣେ ଯାତ୍ରୀ ଆରଜିଏଚରେ ଚିକିତ୍ସିତ ହେଉଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯାଇଛି । ସୂଚନାଯୋଗ୍ୟ, ଦୁର୍ଘଟଣାଗ୍ରସ୍ତ ହୋଇଛି ଇଣ୍ଡିଆ – ୧ ବିମାନ । ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ରାଉରକେଲା ରଘୁନାଥପାଲି ଜଲଦା ଏ ବ୍ଲକରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ପାଇଲଟ୍ ସହ ୬ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାର କାରଣ ଏ ଯାଏଁ ଜଣାପଡିନାହିଁ । କେଉଁ ପରିସ୍ଥିତିରେ କ୍ରାସ ଲ୍ୟାଣ୍ଡିଂ କଲା ସ୍ପଷ୍ଟ ହୋଇନାହିଁ । ଖବର ପାଇ ଦୁର୍ଘଟଣାସ୍ଥଳରେ ରଘୁନାଥ ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରିଛନ୍ତି ।

ରାଉରକେଲା ବିମାନ ଦୁର୍ଘଟଣା: ଦୁଃଖପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking