ନୂଆଦିଲ୍ଲୀ : ନସ୍ତ୍ରାଦମସଙ୍କ ଅନୁସାରେ ଆଗକୁ ମାଡି ଆସିବ ଘୋର ବିପଦ । ଆରମ୍ଭ ହେବ ତୃତୀୟ ବିଶ୍ୱ ଯଦ୍ଧ । ମହାନଶକ୍ତିମାନଙ୍କ ମଧ୍ୟରେ ଯୁଦ୍ଧ ହେବ । ଯାହା ବିନାଶର କାରଣ ସାଜିବ । ଏଭଳି କିଛି ଭବିଷ୍ୟବାଣୀ କରିଛନ୍ତି ନସ୍ତ୍ରାଦମସ । ଆସନ୍ତା ୨୦୨୫ ମସିହାରେ ୟୁରୋପରେ ଏକ ବଡ ବିବାଦ ଆରମ୍ଭ ହେବାକୁ ଯାଉଛି । ଏହା ଦ୍ୱାରା ସମଗ୍ର ବିଶ୍ୱ ପ୍ରଭାବିତ ହେବ । ଏଥିଯୋଗୁଁ ପୂରା ମହାଦ୍ୱୀପ ନଷ୍ଟ ହୋଇଯିବ । ଲୋକ ୟୁରୋପ ଛାଡି ପଳାଇବେ । ଏଥିସହିତ ୨୦୨୫ରେ ଦୀର୍ଘ ଦିନ ଘରି ଋଷ ଏବଂ ୟୁକ୍ରେନ ବିରୁଦ୍ଧରେ ଲାଗି ରହିଥିବା ଯୁଦ୍ଧର ଅନ୍ତ ଘଟିପାରେ । ଏହା ପଛର କାରଣ ଉଭୟ ଦେଶର ସେନା ଥକିଯିବେ । ଯୁଦ୍ଧ ବନ୍ଦ କରିବାକୁ ପ୍ରସ୍ତାବ ଦେଇପାରନ୍ତି କିନ୍ତୁ ଶାନ୍ତି ରହିବ ନାହିଁ ବୋଲି ସେ ନିଜ ଭବିଷ୍ୟବାଣୀରେ କହିଛନ୍ତି । ଇଂଲଣ୍ଡ ଏକ କ୍ରୁର ରୂପର ସମ୍ମୁଖୀନ ହୋଇପାରେ । ୨୦୨୫ରେ ବିଶ୍ୱ ଅର୍ଥନୀତି ଧ୍ୱଂସ ହେବ । ଏହା ଦୁର୍ଭିକ୍ଷ ଏବଂ ଅଶାନ୍ତି ସୃଷ୍ଟି କରିବ । ଏଥି ସହିତ ପ୍ରାକୃତିକ ବିପରଯ୍ୟୟ ଆହୁରି ଖରାପ କରିବ । ଫଳସ୍ୱରୁପ ସାମାଜିକ ଅଶାନ୍ତି ଏବଂ ବିଶ୍ୃଙ୍ଖଳା ସମଗ୍ର ବିଶ୍ୱରେ ବ୍ୟାପିପାରେ ।