19.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଆମେରିକାକୁ ଉତ୍ତର କୋରିଆର ପରମାଣୁ ଆକ୍ରମଣର ଧମକ

ଆମେରିକାକୁ ଉତ୍ତର କୋରିଆର ପରମାଣୁ ଆକ୍ରମଣର ଧମକ

ୱାଶିଂଟନ୍‌: ଗୋଟିଏ ପଟେ ରୁଷ୍ ଏବଂ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଅଧିକ ଖରାପ ସ୍ତରକୁ ଗତି କରୁଥିବା ବେଳେ ଅନ୍ୟପଟେ ଆମେରିକାକୁ ପରମାଣୁ ଆକ୍ରମଣର ଧମକ ଦେଇଛି ଉତ୍ତର କୋରିଆ। ରିପୋର୍ଟ ଅନୁସାରେ ଗୁରୁବାର ପ୍ୟୋଙ୍ଗୟାଙ୍ଗ୍ ଠାରେ ଆୟୋଜିତ ଏକ ସାମରିକ ପ୍ରଦର୍ଶନୀକୁ ସମ୍ବୋଧିତ କରିବା ଅବସରରେ ନିଜ ଭାଷଣରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ କହିଛନ୍ତି ଯେ ୱାଶିଂଟନ ସହ ତାଙ୍କର ଅତୀତର ଅଭିଜ୍ଞତା କେବଳ ପ୍ୟୋଙ୍ଗୟାଙ୍ଗ ବିରୋଧରେ ଆମେରିକାର ‘ଆକ୍ରମଣାତ୍ମକ ତଥା ଶତ୍ରୁ’ ନୀତିକୁ ଦର୍ଶାଉଛି।

କିମ୍ କହିଛନ୍ତି, କୋରିଆ ଉପଦ୍ୱୀପରେ ଯୁଦ୍ଧରତ ପକ୍ଷ କେବେବି ଏତେ ଭୟଙ୍କର ଯୁଦ୍ଧର ସାମ୍ନା କରିନଥିବେ, କାରଣ ଏହା ସବୁଠାରୁ ବିନାଶକାରୀ ଥର୍ମୋନ୍ୟୁକ୍ଲିୟର ଯୁଦ୍ଧରେ ପରିଣତ ହୋଇପାରେ। ତାଙ୍କର ଏପ୍ରକାର ଚେତାବନୀ ଆମେରିକା ଉଦ୍ଦେଶ୍ୟରେ ରହିଥିବା ସ୍ପଷ୍ଟ ପ୍ରମାଣିତ ହେଉଥିବା ବେଳେ କିମ୍ ଖୋଲାଖୋଲି ଭାବେ ବନ୍ଧୁ ଭ୍ଲାଦିମିର ପୁତିନ୍‌ଙ୍କ ସମର୍ଥନରେ ସବୁବେଳେ ଛିଡା ରହିଛନ୍ତି ଏବଂ ରହିବେ ବୋଲି ମଧ୍ୟ କହିଛନ୍ତି। ସେହିପରି ୟୁକ୍ରେନ-ରୁଷ୍ ଯୁଦ୍ଧ ମଧ୍ୟରେ ରହିଥିବା ତିକ୍ତତାକୁ ଆମେରିକା ହିଁ ବଢ଼ାଉଛି ବୋଲି ମଧ୍ୟ କିମ୍ କହିଛନ୍ତି।

ସୂଚନାଯୋଗ୍ୟ, ବିଦାୟୀ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ନୀତି ଉତ୍ତର କୋରିଆ ବିରୋଧୀ ରହିଥିଲା। କିନ୍ତୁ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌, ଉତ୍ତର କୋରିଆ ଶାସକ କିମ୍ ଜୋଙ୍ଗ୍ ଉନ୍‌ଙ୍କୁ ସବୁବେଳେ ନିଜ ବନ୍ଧୁ ଭାବେ ସମ୍ବୋଧିତ କରିଆସିଛନ୍ତି। ଉଭୟ ନେତା ୨୦୧୮ ଏବଂ ୨୦୧୯ରେ (ଟ୍ରମ୍ପ୍‌ଙ୍କ ପ୍ରଥମ ରାଷ୍ଟ୍ରପତିତ୍ୱ ସମୟରେ) ସିଙ୍ଗାପୁର, ହାନୋଇ ଏବଂ କୋରିଆ ସୀମାରେ ୩ଟି ବୈଠକରେ ଏକତ୍ର ହୋଇଥିଲେ। କିନ୍ତୁ ଉତ୍ତର କୋରିଆର ଆଣବିକ ଅସ୍ତ୍ର ଛାଡିବା ଘୋଷଣା ଏବଂ କିମ୍‌ଙ୍କ ପ୍ରତିବନ୍ଧକରୁ ମୁକ୍ତି ଦାବି ମଧ୍ୟରେ ପାର୍ଥକ୍ୟ ହେତୁ ସେମାନଙ୍କର କୂଟନୀତି କୌଣସି ଠୋସ ଫଳାଫଳ ହାସଲ କରିବାରେ ବିଫଳ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking