19.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶୟୁକ୍ରେନ ଯୁଦ୍ଧ ପାଇଁ ରୁଷ୍‌କୁ ୧୨ହଜାର ସୈନ୍ୟ ପଠାଇଲା ଉତ୍ତରକୋରିଆ

ୟୁକ୍ରେନ ଯୁଦ୍ଧ ପାଇଁ ରୁଷ୍‌କୁ ୧୨ହଜାର ସୈନ୍ୟ ପଠାଇଲା ଉତ୍ତରକୋରିଆ

ସିଓଲ: ୟୁକ୍ରେନ ବିରୋଧୀ ଯୁଦ୍ଧରେ ରୁଷ୍‌ର ପକ୍ଷ ନେଇଛି ଉତ୍ତରକୋରିଆ। ଏହି ଯୁଦ୍ଧରେ ରୁଷ୍‌କୁ ସହାୟତା କରିବା ଲାଗି ଉତ୍ତରକୋରିଆ ଏହାର ୧୨ହଜାର ସୈନ୍ୟଙ୍କୁ ପଠାଇଛି। ଦକ୍ଷିଣ କୋରିଆ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଉତ୍ତରକୋରିଆ ସୈନ୍ୟ ରୁଷ୍ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଦକ୍ଷିଣ କୋରିଆର ଜାତୀୟ ଗୁଇନ୍ଦା ସେବା (ଏନଆଇଏସ୍‌)ର କହିବା ଅନୁଯାୟୀ ଉତ୍ତରକୋରିଆର ଏହାର ସ୍ବତନ୍ତ୍ର ବାହିନୀର ସୈନିକଙ୍କୁ ରୁଷ୍ ପଠାଇବା ଆରମ୍ଭ କରିଛି। ସୈନିକଙ୍କ ଯାତ୍ରା ସମ୍ପର୍କିତ ଉପଗ୍ରହ ଚିତ୍ର ଏନଆଇଏସ୍‌ ଜାରି କରିଛି। ରୁଷ୍‌ ନୌସେନାର ଏକ ପରିବହନକାରୀ ଜାହାଜରେ ଉତ୍ତରକୋରିଆର ପ୍ରାୟ ୧୫୦୦ ସୈନିକ ପ୍ରଥମ ପର‌୍ୟ୍ୟାୟରେ ଯାତ୍ରା କରିଛନ୍ତି। ଏହିସବୁ ସୈନିକଙ୍କୁ ରୁଷ୍‌ ଭାଲଡିଭୋସ୍କରେ ମୁତୟନ ହେବେ।

ରୁଷ୍‌କୁ ଉତ୍ତର-କୋରିଆର ସୈନ୍ୟ ସହାୟତା ପ୍ରସଙ୍ଗକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲଡୋମିର୍ ଜେଲେନସ୍କି ମଧ୍ୟ ସ୍ବୀକାର କରିଛନ୍ତି। ଗୁରୁବାର ନାଟୋ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକରେ ଜେଲେନସ୍କି କହିଥିଲେ ଯେ ରୁଷ୍‌କୁ ସହାୟତା ଲାଗି ଉତ୍ତରକୋରିଆ ତାର ସୈନିକଙ୍କୁ ପ୍ରଶିକ୍ଷଣ ଦେଉଛି। ସୈନିକମାନେ ଏବେ ଉତ୍ତରକୋରିଆରେ ପ୍ରଶିକ୍ଷଣ ନେଉଛନ୍ତି। ଜେଲେନସ୍କି କହିଛନ୍ତି ଯେ ୟୁକ୍ରେନର ଆକ୍ରମଣରେ ରୁଷ୍ ଏହାର ଅନେକ ସୈନିକଙ୍କୁ ହରାଇଥିବାବେଳେ ସୈନ୍ୟ ଅଭାବକୁ ଭରଣା କରିବା ଲାଗି ଉତ୍ତରକୋରିଆ ଉପରେ ନିର୍ଭର କରିଛି। ରୁଷକୁ ଉତ୍ତରକୋରିଆ ସୈନ୍ୟ ପଠାଇବା ନିଷ୍ପତ୍ତିକୁ ନେଇ ଦକ୍ଷିଣ କୋରିଆ ରାଷ୍ଟ୍ରପତି ୟୁନ୍ ସୁକ୍ ୟୋଲ୍‌ ଶୁକ୍ରବାର ସୁରକ୍ଷା ସମ୍ପର୍କିତ ଜରୁରୀ ବୈଠକ କରିଛନ୍ତି। ୟୁନ୍ କହିଛନ୍ତି ଯେ ରୁଷ୍‌ ସହିତ ଉତ୍ତରକୋରିଆର ଏହି ସାମରିକ ସମ୍ପର୍କ ଦକ୍ଷିଣ କୋରିଆ ପାଇଁ ବଡ ବିପଦ ହୋଇପାରେ। ଗତ ଜୁନ୍‌ରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଉତ୍ତର କୋରିଆ ଗସ୍ତ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking