29.1 C
Bhubaneswar
Friday, November 15, 2024
Homeଦେଶ ବିଦେଶଚିନ୍ତା ବଢାଇଲାଣି ଉତ୍ତର କୋରିଆ 

ଚିନ୍ତା ବଢାଇଲାଣି ଉତ୍ତର କୋରିଆ 

ନୂଆଦିଲ୍ଲୀ:  ଉତ୍ତର କୋରିଆ ନେତା କିମ ଜୋନ ଉନ ଆତ୍ମଘାତୀ ଆକ୍ରମଣ ଡ୍ରୋନର ବହୁଳ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସରକାରୀ ଗଣମାଧ୍ୟମ ଶୁକ୍ରବାର ଏହି ସୂଚନା ଦେଇଛି । ଏହାର ଗୋଟିଏ ଦିନ ପୂର୍ବରୁ ସେ ଏହି ଅସ୍ତ୍ର ପ୍ରଣାଳୀର ପରୀକ୍ଷା ଦେଖିଥିଲେ । ଉତ୍ତର କୋରିଆର ମାନବ ବିହୀନ ଏରିଆ ଟେକ୍ନୋଲୋଜି କମ୍ପ୍ଲେକ୍ସ ଦ୍ୱାରା ନିର୍ମିତ ଉଭୟ ସ୍ଥଳ ଏବଂ ସମୁଦ୍ର ଲକ୍ଷ୍ୟକୁ ମାରିବା ପାଇଁ ଡିଜାଇନ ହୋଇଥିବା ଡ୍ରୋନର ପରୀକ୍ଷଣକୁ କିମ ଜୋନ ଉନ ଦେଖିଥିଲେ ।  ଅଗଷ୍ଟରେ ପ୍ୟୋଙ୍ଗୟାଙ୍ଗ ପ୍ରଥମ ଥର ପାଇଁ ଆତ୍ମଘାତୀ ଡ୍ରୋନ ଉନ୍ମୋଚନ କରିଥିଲା । ବିଶେଷଜ୍ଞମାନେ କହିଛନ୍ତି ଯେ, ଋଷିଆ ସହିତ ସମ୍ପର୍କ ବୃଦ୍ଧି ହେତୁ ଉତ୍ତର କୋରିଆ ବର୍ତ୍ତମାନ ଏହି ଟେକ୍ନୋଲୋଜି ବ୍ୟବହାର କରିବାକୁ ଚାହୁଁଛି । ଗୁରୁବାରର ପରୀକ୍ଷଣରେ ଡ୍ରୋନଗୁଡିକ ପୂର୍ବ ନିର୍ଦ୍ଧାରିତ ପଥରେ ଉଡି ଟାର୍ଗେଟକୁ ସଠିକ ଭାବରେ ମାରିଛି ବୋଲି କେସିଏନଏ ରିପୋର୍ଟ କରିଛି । ଏଜେନ୍ସି କହିଛି ଯେ ସ୍ଥଳ ଓ ସମୁଦ୍ରରେ କୌଣସି ଶତ୍ରୁ ଲକ୍ଷ୍ୟ ଉପରେ ସଠିକ ଷ୍ଟ୍ରାଇକ କରିବା ଲକ୍ଷ୍ୟରେ ବିଭିନ୍ନ ଷ୍ଟ୍ରାଇକ ରେଞ୍ଜରେ ଆତ୍ମଘାତୀ ଆକ୍ରମଣ ଡ୍ରୋନ ବ୍ୟବହାର କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking