19.1 C
Bhubaneswar
Monday, February 2, 2026
Homeଦେଶ ବିଦେଶଗଙ୍ଗୋତ୍ରୀ ଧାମରେ ଅଣହିନ୍ଦୁଙ୍କୁ ମନା

ଗଙ୍ଗୋତ୍ରୀ ଧାମରେ ଅଣହିନ୍ଦୁଙ୍କୁ ମନା

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ଗଙ୍ଗୋତ୍ରୀ ଧାମରେ ଅଣହିନ୍ଦୁଙ୍କୁ ମନା । ଗଙ୍ଗୋତ୍ରୀ ଧାମରେ ଅଣହିନ୍ଦୁଙ୍କ ପ୍ରବେଶ ନିଷେଧ ଘୋଷଣା କରିଛନ୍ତି ଶ୍ରୀ ଗଙ୍ଗୋତ୍ରୀ ମନ୍ଦିର କମିଟିର ଅଧ୍ୟକ୍ଷ । ରିପୋର୍ଟ ଅନୁସାରେ, ଉତ୍ତରାଖଣ୍ଡର ଗଙ୍ଗୋତ୍ରୀ ଧାମରେ ଅଣହିନ୍ଦୁଙ୍କ ପ୍ରବେଶ ନିଷେଧ କରିବା ପାଇଁ ରବିବାର କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । କମିଟି ଅନୁଯାୟୀ, ଏହି ପ୍ରତିବନ୍ଧକ କେବଳ ଗଙ୍ଗୋତ୍ରୀ ମନ୍ଦିର ପରିସରରେ ସୀମିତ ରହିବ ନାହିଁ ବରଂ ମାତା ଗଙ୍ଗାଙ୍କ ଶୀତକାଳୀନ ବାସସ୍ଥାନ ମୁଖବା ଗ୍ରାମରେ ମଧ୍ୟ କାର୍ଯ୍ୟକାରୀ ହେବ । ମନ୍ଦିର କମିଟିର ସଭାପତି ସୁରେଶ ସେମୱାଲ କହିଛନ୍ତି ଯେ କମିଟି ଧାର୍ମିକ ପରମ୍ପରା ଓ ବିଶାସ ସମ୍ବନ୍ଧୀୟ ଦିଗଗୁଡିକୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।

ସେ କହିଛନ୍ତି ଯେ ନିଷ୍ପତ୍ତି ଅନୁଯାୟୀ, ଧାମରେ ଅଣହିନ୍ଦୁଙ୍କ ପ୍ରବେଶ ସମ୍ପୂର୍ଣ୍ଣ ନିଷେଧ ହେବ । ଏହି ନିଷେଧ ଦେବୀଙ୍କ ଶୀତକାଳୀନ ବାସସ୍ଥାନ ମୁଖବା ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ । ନିୟମ ପାଳନ ସୁନିଶ୍ଚିତ କରିବା ପାଇଁ ସ୍ଥାନୀୟ ସ୍ତରରେ ଆବଶ୍ୟକୀୟ ବ୍ୟବସ୍ଥା କରାଯିବ ବୋଲି କମିଟି କହିଛି । ଏହି ନିଷ୍ପତ୍ତିକୁ ନେଇ ଚାଲିଥିବା ବିତର୍କ ମଧ୍ୟରେ, ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟିର ଅଧ୍ୟକ୍ଷ ହେମନ୍ତ ଦ୍ୱିବେଦୀ ଏବେ ଏହି ନିଷ୍ପତ୍ତି ଉପରେ ଏକ ବିବୃତ୍ତି ଜାରି କରିଛନ୍ତି । ସେ କହିଛନ୍ତି ଯେ ଉଭୟ ମନ୍ଦିର ଏବଂ ମନ୍ଦିର କମିଟି ଅଧୀନରେ ଥିବା ସମସ୍ତ ମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ନିଷେଧ କରିବା ପାଇଁ ଏକ ପ୍ରସ୍ତାବ ଆଗାମୀ ବୋର୍ଡ ବୈଠକରେ ଉପସ୍ଥାପିତ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking