ଭୁବନେଶ୍ୱର: ବନ୍ଦ ପାଳନକୁ ନେଇ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂଙ୍କ ସୂଚନା । ନିର୍ଦ୍ଦିଷ୍ଟ ଦଳ ଗଣତାନ୍ତ୍ରିକ ହିସାବରେ ବନ୍ଦ ପାଳିଛି । ନିର୍ଦ୍ଦିଷ୍ଟ ଅଞ୍ଚଳ ଟପିବାରୁ କେତେକଙ୍କୁ ଅଟକ ରଖାଯାଇଥିଲା । ବନ୍ଦ ବେଳେ ୪୮ ଜଣଙ୍କୁ ପୋଲିସ ଅଟକ ରଖିଛି । ଏଯାଏଁ କୌଣସି ଠାରେ ହିଂସାକାଣ୍ଡ ଘଟିନି । ଗଣତାନ୍ତ୍ରିକ ପଦ୍ଧତିରେ ସେମାନେ ପ୍ରତିବାଦ କରିଛନ୍ତି । ବନ୍ଦ ବେଳେ ଜରୁରୀକାଳୀନ ସେବା ପ୍ରବାବିତ ହୋଇଛି । ଡ୍ରୋନ, ସିସିଟିଭ ଜରିଆରେ ନଜର ରଖାଯାଇଛି । ୮ଟି ସ୍ଥାନରୁ ସାହାଯ୍ୟ ପାଇଁ ଖବର ଆସିଥିଲା ।










