20.1 C
Bhubaneswar
Wednesday, January 15, 2025
Homeଓଡିଶାବଡ ବନ୍ୟାର ଆଶଙ୍କା ନାହିଁ : ଏସଆରସି

ବଡ ବନ୍ୟାର ଆଶଙ୍କା ନାହିଁ : ଏସଆରସି

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ସ୍ଥିତି ନାହିଁ । ଏହା କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ଦେଓରଞ୍ଜନ କୁମାର ସିଂ । ଆଜି ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ଶ୍ରୀ ସିଂ କହିଛନ୍ତି ଯେ ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲା ଏବେ ଫୋସକରେ ରହିଛି । ମାଲଗାନଗିରିରେ ପ୍ରବଳ ବର୍ଷା ହୋଇଛି । ଗମନାଗମନ ପ୍ରଭାବିତ ହୋଇଛି । ବର୍ଷା ଲାଗି ରହିବାରୁ ତଳିଆ ଅଞ୍ଚଳରେ ପାଣି ପଶିଛି । ମାଲକାନଗିରି ଓ କାଲିମେଳା ବ୍ଲକ ଅଧିକ ପ୍ରଭାବିତ ହୋଇଛି । ଲୋକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ୬ଟି ଓଡ୍ରାଫ ଟିମ ମୁତୟନ କରାଯାଇଛି । ଅନ୍ୟ ଓଡ୍ରାଫ ଟିମକୁ ବି ଦକ୍ଷିଣ ଓଡ଼ିଶାକୁ ପଠାଯାଇଛି । ଆସନ୍ତାକାଲି ବି ଜିଲ୍ଲାରେ ବର୍ଷା ସମ୍ଭାବନା ଥିବାରୁ ଆମେ ସଜାଗ ଅଛୁ ବୋଲି ଏସଆରସି କହିଛନ୍ତି ।  ସମ୍ଭାବ୍ୟ ବନ୍ୟା ନେଇ ଜିଲାୱାରୀ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ସ୍ୱତନ୍ତ୍ର ରିଲିଫ କମିଶନର ଦେଓରଞ୍ଜିନ କୁମାର ସିଂ। ସ୍ଥିତି ଉପରେ ନଜର ରଖିବାକୁ ଇଞ୍ଜିନିୟର୍ସଙ୍କୁ ନିର୍ଦେଶ ଦିଆଯାଇଥିବା ବେଳେ ସମସ୍ତ ଫିଲ୍ଡ ଅଧିକାରୀଙ୍କୁ ସଜାଗ ରହିବାକୁ କୁହାଯାଇଛି। ବନ୍ୟାର ମୁକାବିଲା କରିବା ପାଇଁ ଓଡ୍ରାଫ ଓ ଏନଡିଆରଏଫ୍‌‌ ଟିମ୍‌‌ ନିୟୋଜିତ ରହିବେ। ଜଳ ନିଷ୍କାସନ ତୁରନ୍ତ କରିବାକୁ ନିର୍ଦେଶ ରହିଛି। ଏହାସହିତ ଭୁବନେଶ୍ୱରରେ ଜଳବନ୍ଦୀ ପରିସ୍ଥିତି କିପରି ସୃଷ୍ଟି ନହେବ ସେଥିପାଇଁ ୩୦ଟି ପମ୍ପ ନିୟୋଜିତ କରିବାକୁ କୁହାଯାଇଛି। ଅନ୍ୟପଟେ କଟକ ଓ ପୁରୀରେ ୧୦ଟି ଲେଖାଏଁ ପମ୍ପ ନିୟୋଜିତ ହେବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking