ଭୁବନେଶ୍ୱର : ରେଭନ୍ସା ନାଁ ପରିବର୍ତ୍ତନରେ କୌଣସି ପ୍ରସ୍ତାବ ନଥିବା କହିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ । ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଣତାରକା ପ୍ରଶ୍ନରେ ଲିଖିତ ଉତ୍ତର ରଖି ସ୍ପଷ୍ଟ ରଖିଛନ୍ତି । ମନ୍ତ୍ରୀ ସୂଯ୍ୟବଂଶୀ ସୂରଜ । ଗତ ଅଗଷ୍ଟରେ ରେଭେନ୍ସା ବିଶ୍ୱ ବିଦ୍ୟାଳୟର ନାଁ ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦେଇଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯାହାକୁ ନେଇ ତୁମ୍ବି ତୋଫାନ ଦେଖାଦେଇଥିଲା । ରେଭନ୍ସା ପାଇଁ ପ୍ରତିବାଦ ହୋଇଥିଲା । ଏବେ କିନ୍ତୁ ରେଭେନ୍ସା ନାଁ ପରିବର୍ତ୍ତନ ନେଇ କୌଣସି ପ୍ରସ୍ତାବ ନଥିବା ବେଳେ ବିଧାନସଭାରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । ୧୮୬୮ ମସିହାରେ ରେଭେନ୍ସା ପ୍ରତିଷ୍ଠା ହୋଇଥିବା ବେଳେ ୨୦୦୬ ନଭେମ୍ବର ୧୫ ତାରିଖରେ ଏହା ବିଶ୍ୱ ବିଦ୍ୟାଳୟର ମାନ୍ୟତା ପାଇଥିଲା ।