14.1 C
Bhubaneswar
Monday, December 8, 2025
Homeଓଡିଶାଓଟିଇଟି ପ୍ରଶ୍ନପତ୍ର ଲିକ ମାମଲାରେ  କାହାକୁ ଛଡାଯିବନି : ମନ୍ତ୍ରୀ

ଓଟିଇଟି ପ୍ରଶ୍ନପତ୍ର ଲିକ ମାମଲାରେ  କାହାକୁ ଛଡାଯିବନି : ମନ୍ତ୍ରୀ

ଭୁବନେଶ୍ୱର: ଓଟିଇଟି ପ୍ରଶ୍ନପତ୍ର ଲିକ ମାମଲାରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି,  ଯେଉଁମାନେ ବି ସଂପୃକ୍ତ କାହାକୁ ଛଡାଯିବନି କହିଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଯିଏ ବି କରିଛି , ଯେତେ ବଡ ଲୋକ ହେଉ ନା କାହିଁକି ଛଡା ଯିବନି । କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି, ଦୋଷୀଙ୍‌କ ଉପରେ କାଯ୍ୟାନୁଷ୍ଠାନ ହେବ । ଆଜି ଏହି ମାଲାରେ  ଶିକ୍ଷକଙ୍କ ସଂପୃକ୍ତି ରହିଛି । ପ୍ରେସମିଟ କରି କ୍ରାଇମବ୍ରାଞ୍ଚ ଡିଆଇଜିବି. ଗଙ୍ଗାଧର ସୂଚନା ଦେଇଛନ୍ତି ।କହିଛନ୍ତି, କାହିଁକି ପ୍ରଶ୍ନପତ୍ର ଲିକ ହେଲା , ତାର ତଦନ୍ତ  ଚାଲିଛି ।  ବୋର୍ଡ ଅଫିସ କର୍ମଚାରୀଙ୍କୁ  ପଚରାଉଚରା କରାଯାଇଛି  । ୭ ଗିରଫ ପରେ ଆଉ କିଏ ରହିଛନ୍ତି, ତଦନ୍ତ ଜାରି ରହିଛି । ଲାପଟପ ପାସୱାର୍ଡ କେମିତି ମିଳିଲା ତଦନ୍ତ ଚାଲିଛି ।  କାହା କାହା ପାଖକୁ ପ୍ରଶ୍ନପତ୍ର  ଯାଇଛି , ଲିଙ୍କ ଖୋଜା ଚାଲିଛି ।  ସମସ୍ତଙ୍କ ବିରୋଧରେ କଠୋର କାଯ୍ୟାନୁଷ୍ଠାନ ହେବ ।  ପ୍ରଶ୍ନପତ୍ର ଲିକ ଘଟଣାରେ ଗିରଫ ହେଲେଣି ମୋଟ ୭ ଜଣ । ଆଗରୁ ୪ ଶିକ୍ଷକ ସମେତ ୬ ଜଣ ଗିରଫ ହୋଇଥିଲେ ।  ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ଥିଲେ ମାଷ୍ଟରମାଇଣ୍ଡ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking