21.1 C
Bhubaneswar
Sunday, December 28, 2025
Homeଓଡିଶାନୂଆବର୍ଷରେ ମିଳିବନି ଶୀତରୁ ତ୍ରାହି

ନୂଆବର୍ଷରେ ମିଳିବନି ଶୀତରୁ ତ୍ରାହି

ଭୁବନେଶ୍ବର: ରାଜ୍ୟରେ ଅସମ୍ଭାଳ ଶୀତ । ପଶ୍ଚିମ ଠାରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା ସବୁଠାରେ ଦାଉ ସାଧୁଛି ଶୀତ ଲହରୀ । ଏହା ସହିତ ଘନ କୁହୁଡ଼ି ଜନଜୀବନ ଅସ୍ତବ୍ୟସ୍ତ କରୁଛି । ଆଗାମୀ ୫ ଦିନ ପର‌୍ୟ୍ୟନ୍ତ ଘନକୁହୁଡ଼ି ପାଇଁ ଚେତାବନୀ ଦେଇଛି ପାଣିପାଗ ବିଭାଗ। ଏହା ସହିତ ୩ଦିନ ପରେ ଶୀତରୁ ସାମାନ୍ୟ ମିଳିପାରେ ଅସ୍ବସ୍ତି ବୋଲି ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ । କିଛି ସ୍ଥାନରେ ତାପମାତ୍ରାରେ ସାମାନ୍ୟ ପରବର୍ତ୍ତନ ଲକ୍ଷ୍ୟ କରାଯାଇଥିଲେ ହେଁ ଶୀତରେ ଥରୁଛି ସାରା ଓଡିଶା । ବର୍ତ୍ତମାନ ରାଜ୍ୟ ଉପରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନାହିଁ । ଆଗାମୀ ୭ ଦିନ ପର‌୍ୟ୍ୟନ୍ତ ପାଣିପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଢେଙ୍କାନାଳ, ନୟାଗଡ ଓ ସୁନ୍ଦରଗଡ ଏହି ୩ ଜିଲ୍ଲାକୁ ଘନକୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୩୧ ତାରିଖ ପର‌୍ୟ୍ୟନ୍ତ ପ୍ରବଳ କୁହୁଡି ଦୃଶ୍ୟମାନ ହେବ ବୋଲି ବିଭାଗ ଆକଳନ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking