33.1 C
Bhubaneswar
Wednesday, March 11, 2026
Homeଓଡିଶାବିଜେପି ସରକାରରେ ନାରୀ ଅତ୍ୟାଚାର ବଢ଼ି ଚାଲିଛି, ଶୁଣିବାକୁ କେହି ନାହିଁ

ବିଜେପି ସରକାରରେ ନାରୀ ଅତ୍ୟାଚାର ବଢ଼ି ଚାଲିଛି, ଶୁଣିବାକୁ କେହି ନାହିଁ

ଭୁବନେଶ୍ୱର : ଶଙ୍ଖ ଭବନ ରେ ଆଜି ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି। ବିଜୁ ମହିଳା ଜନତା ଦଳ ପକ୍ଷରୁ ଏହି ଅବସରରେ ଆୟୋଜିତ ସମାବେଶ କୁ ଉଦଘାଟନ କରି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ରାଜ୍ୟରେ ବିଜେପି ସରକାର ରେ ନେତୃତ୍ୱ ସଙ୍କଟ ସୃଷ୍ଟି ହୋଇଛି। ନାରୀ ମାନଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଛି। ଶୁଣିବାକୁ କେହି ନାହିଁ ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିବା ସହ କେତେଦିନ ଏମିତି ଚାଲିବ ବୋଲି ପ୍ରଶ୍ନ କରିଥିଲେ। ସେ କହିଥିଲେ ଯେ ବିଜୁ ଜନତା ଦଳ ମା ମାନଙ୍କ ସମ୍ପୂର୍ଣ୍ଣ ସଶକ୍ତିକରଣ ରେ ବିଶ୍ୱାସ କରେ।

ଅନ୍ୟ ଦଳ ମାନଙ୍କ ପରି ଲୋଳ ଦେଖାଣିଆ କାମ କରେ ନାହିଁ। ମା ମାନଙ୍କ ମର୍ଯ୍ୟାଦା,ନିରାପତ୍ତା ଓ ସଶକ୍ତିକରଣ ପାଇଁ ବିଜେଡି ପ୍ରତିବଦ୍ଧତା ର ସହ କାମ କରୁଛି।ବିଜେଡି ସରକାର ସମୟରେ ମା ମାନଙ୍କ କଲ୍ୟାଣ ପାଇଁ ଅନେକ ଐତିହାସିକ ପଦକ୍ଷେପ ନେଇଥିଲା। ମା ମାନଙ୍କୁ ବିକାଶ ର ମୁଖ୍ୟ ଧାରାକୁ ଆଣିଥିଲା। ମା ମାନେ ହେଉଛନ୍ତି ବିଜେଡି ର ନୀତି ଓ ଆଦର୍ଶ ର ବାର୍ତ୍ତାବହ। ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସମାଜ ର ବୃହତ୍ତର ବିକାଶରେ ମହିଳା ମାନଙ୍କ ଗୁରୁତ୍ୱ କୁ ବିଜୁ ବାବୁ ଭଲ ଭାବରେ ବୁଝିଥିଲେ ଏବଂ ସେ ଦିଗରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲେ। ବାସ୍ତବ ରେ ବିଜୁବାବୁ ହିଁ ଥିଲେ ସାରା ଦେଶ ରେ ମହିଳା ସଶକ୍ତିକରଣ ର ପଥ ପ୍ରଦର୍ଶକ। ମା ମାନଙ୍କ ପ୍ରକୃତ ସଶକ୍ତିକରଣ ସହ ମା ମାନଙ୍କ ନିରାପତ୍ତା ଓ ମର୍ଯ୍ୟାଦା ର ସୁରକ୍ଷା ପାଇଁ ବିଜେଡି ର ଲଢେଇ ଜାରି ରହିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ବିଜୁ ମହିଳା ଜନତା ଦଳ ର ସଭାପତି ସ୍ନେହାଙ୍ଗିନୀ ଛୁରିଆ ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଦଳ ର ବରିଷ୍ଠ ନାରୀ ନେତ୍ରୀ ମାନେ ଉଦବୋଧନ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking