23.1 C
Bhubaneswar
Monday, February 9, 2026
Homeଓଡିଶାଧାନକିଣା କଥା କହିବାର ଅଧିକାର ନାହିଁ: ମନମୋହନ

ଧାନକିଣା କଥା କହିବାର ଅଧିକାର ନାହିଁ: ମନମୋହନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି ପ୍ରସଙ୍ଗରେ ମନମୋହନ ସାମଲଙ୍କ ପ୍ରତିକ୍ରିୟା । ସେ କହିଛନ୍ତି ଯେ ଯେଉଁମାନେ ଧାନକିଣା କଥା କହୁଛନ୍ତି, ସେମାନଙ୍କର କହିବାର ଅଧିକାରୀ ନାହିଁ । ଧାନକିଣାକୁ ସହଜ ଓ ସରଳ ପାଇଁ ସରକାର ସବୁ ପ୍ରକାର ଉଦ୍ୟମ କରିଛନ୍ତି । ସେମାନେ ଅଧିକ ୫୦ କି ୧୦୦ ଦେଇ ପାରିଲେନି, ଆମେ ୮ ଶହ ଦେଉଛୁ । ସୂଚନାଯୋଗ୍ୟ, ଧାନ ବିକ୍ରିରେ ଚାଷୀ ଭୋଗୁଥିବା ବିଭିନ୍ନ ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଳେଖିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଚିଠିରେ ଲେଖିଥିଲେ ଯେ ରାଜ୍ୟରେ ଥିବା ମଣ୍ଡିଗୁଡ଼ିକ ଏବେ ନିର୍ଯାତନାର କେନ୍ଦ୍ର ପାଲଟିଛି । ବିଭିନ୍ନ ଆଳରେ କ୍ୱିଣ୍ଟାଲ ପିଛା ୫ରୁ ୭ କେଜି କଟନୀ-ଛଟନୀ ପରିତାପର ବିଷୟ । ମିଲର-ଅଧିକାରୀ ମଧୁଚନ୍ଦ୍ରିକା ଯୋଗୁଁ ଚାଷୀଙ୍କୁ ସେମାନଙ୍କୁ ମୂଲ୍ୟ ମିଳୁନି । ଇନପୁଟ ସବ୍‌ସିଡି ପ୍ରଦାନ ପାଇଁ ୧୫୦ କ୍ୱିଣ୍ଟାଲ ସିଲିଙ୍ଗ୍‌ ସଂକଳ୍ପ ପତ୍ରର ଉଲ୍ଲଙ୍ଘନ । ଏହି ସିଲିଙ୍ଗ୍‌ ଅଧିକ ଉତ୍ପାଦନ କରୁଥିବା ଚାଷୀମାନଙ୍କ ପାଇଁ ଦଣ୍ଡ ସ୍ୱରୁପ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking