18.1 C
Bhubaneswar
Friday, January 16, 2026
Homeଓଡିଶାନିପା ସଂକ୍ରମଣ ଲାଗି ଭୟ କରିବାର ନାହିଁ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ନିପା ସଂକ୍ରମଣ ଲାଗି ଭୟ କରିବାର ନାହିଁ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ପଶ୍ଚିମବଙ୍ଗରେ ନିପା ଭାଇରସ୍ ଚିହ୍ନଟ ପରେ ଓଡି଼ଶାରେ ବଢ଼ିଛି ଚିନ୍ତା। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ନିପା ଭାଇରସ୍ ଆକ୍ରାନ୍ତ ଚିହ୍ନଟ ହୋଇନାହିଁ ତେଣୁ ଭୟ କରିବା ଦରକାର ନାହିଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି, “ପଶ୍ଚିମବଙ୍ଗରେ ନିପା ଭାଇରସ୍‌ରେ ଦୁଇଜଣ ସ୍ୱାସ୍ଥ୍ୟ କର୍ମୀ ଆକ୍ରାନ୍ତ ହୋଇଥିବା ଖବର ମିଳିଛି। ଭାରତ ସରକାର ଏଯାଏଁ ଆମ ରାଜ୍ୟକୁ ନିର୍ଦ୍ଦେଶନାମା ଜାରି କରିନାହାନ୍ତି। ଯାହା ୨୦୨୩ରେ ମାର୍ଗଦର୍ଶିକା ଆସିଥିଲା, ତାହା ପାଳନ କରାଯାଉଛି। ବିଶେଷ କରି ବାଦୁଡ଼ି ଲାଗି ଏହା ବ୍ୟାପିଥାଏ, କେନ୍ଦ୍ର ନିର୍ଦ୍ଦେଶ ନ ଦେବା ଯାଏଁ ଓଡ଼ିଶାରେ କୌଣସି ଅସୁବିଧା ହେବାର ନାହିଁ। ଭାରତ ସରକାରଙ୍କ ଟିମ୍ ପଶ୍ଚିମବଙ୍ଗ ଯାଇ କାମ କରୁଛନ୍ତି, ରାଜ୍ୟ ସରକାର କେନ୍ଦ୍ର ସହ ଯୋଗାଯୋଗରେ ଅଛନ୍ତି। କେରଳରେ ବି ନିପା ଭାଇରସ ଅଛି, ହେଲେ କିଛି ନୂଆ କେଶ୍ ଦେଖା ଯାଇନି। ପଶ୍ଚିମବଙ୍ଗରେ ମାତ୍ର ଦୁଇଟି ମାମଲା ଆସିଛି, ହେଲେ ଏହା ବ୍ୟାପକ ହୋଇନାହିଁ। ଯେଉଁଥି ପାଇଁ ଓଡ଼ିଶା ଭୟ କରିବା ଦରକାର ନାହିଁ। ଏହା ଉପରେ ଏନ୍‌ସିଡିଏସ୍ ନଜର ରଖିଛି।
ନିପା ଭାଇରସ୍‌ର ଲକ୍ଷଣ ହେଉଛି ଛିଙ୍କ ନାକରୁ ପାଣି ବାହାରିବା, ମୁଣ୍ଡବିନ୍ଧିବା, ଗୋଡ଼ହାତ ବିନ୍ଧାବିନ୍ଧି ହେବା। ଏମିତି ଲକ୍ଷଣ ଦେଖାଦେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। ଏହା ସହିତ ଭଲ ଭାବରେ ହାତ ଧୋଇବା ଆବଶ୍ୟକ। ନିପା ଭାଇରସ୍ ବାଦୁଡ଼ି ଦ୍ୱାରା ହେଉଥିବାରୁ ବିଶେଷ କରି ଫଳ ଯେମିତିକି ଖଣ୍ଡିଆ ପିଜୁଳି ଆଦି ଖାଇବା ଉଚିତ ନୁହେଁ। ଯେକୌଣସି ଫଳ ଖାଇବା ପୂର୍ବରୁ ତାହାକୁ ଭଲ ଭାବେ ପରିସ୍କାର କରିବା ଉଚିତ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking