21.1 C
Bhubaneswar
Thursday, December 26, 2024
Homeଦେଶ ବିଦେଶକୌଣସି ପୁରୁଷ ଟେଲର ନେଇପାରିବେ ନାହିଁ ମହିଳାଙ୍କ ମାପ

କୌଣସି ପୁରୁଷ ଟେଲର ନେଇପାରିବେ ନାହିଁ ମହିଳାଙ୍କ ମାପ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ରାଜ୍ୟ ମହିଳା ଆୟୋଗ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଅନେକ ବଡ଼ ପ୍ରସ୍ତାବ ଦେଇଛନ୍ତି । ପ୍ରସ୍ତାବ ଅନୁସାରେ, ପୁରୁଷ ଦର୍ଜି ଏବେ ମହିଳାମାନଙ୍କ ମାପ ନେଇପାରିବେ ନାହିଁ । କୌଣସି ବି ପୁରୁଷ ମହିଳାମାନଙ୍କୁ ଜିମ୍ କିମ୍ବା ଯୋଗ ଟ୍ରେନିଂ ଦେଇପାରିବେ ନାହିଁ । ମହିଳାମାନଙ୍କୁ ‘ବ୍ୟାଡ୍ ଟଚ’ରୁ ବଞ୍ଚାଇବା ପାଇଁ ଆୟୋଗ ଏଭଳି ପ୍ରସ୍ତାବ ଦେଇଛନ୍ତି । ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା ବବିତା ଚେ?ହାନ ଏକ ବୈଠକରେ ଏହି ପ୍ରସ୍ତାବ ରଖିଥିଲେ, ଯାହାକୁ ଉପସ୍ଥିତ ଅନ୍ୟ ସଦସ୍ୟମାନେ ସମର୍ଥନ କରିଥିଲେ । ଅକ୍ଟୋବର ୨୮ରେ ଲକ୍ଷ୍ନୌରେ ହୋଇଥିବା ବୈଠକ ପରେ ଏହିପରି ଅନେକ ପ୍ରସ୍ତାବ ଦିଆଯାଇଛି । ଏଥିରେ ପୁରୁଷଙ୍କୁ ମହିଳାମାନଙ୍କ ମାପ ନେବାକୁ ମନା କରାଯାଇଛି । ଦୋକାନରେ ସିସିଟିଭି କ୍ୟାମେରା ମଧ୍ୟ ଲଗାଇବାକୁ କୁହାଯାଇଛି । ବର୍ତ୍ତମାନ ଏହା କେବଳ ଏକ ପ୍ରସ୍ତାବ ।

ପରେ ରାଜ୍ୟ ସରକାରଙ୍କୁ ଏ ସମ୍ବନ୍ଧରେ ଆଇନ ଆଣିବାକୁ ଅନୁରୋଧ କରିବ ଆୟୋଗ । ମହିଳା ଆୟୋଗଙ୍କ ନିୟମଗୁଡ଼ିକୁ ଅନୁପାଳନ କରାଇବା ହେଉଛି ଜିଲ୍ଲା ପ୍ରଶାସନର ଦାୟିତ୍ୱ । ଏତିକି ନୁହେଁ, ସ୍କୁଲ ବସରେ ମହିଳା ସୁରକ୍ଷା କର୍ମୀଙ୍କ ଉପସ୍ଥିତିକୁ ନେଇ ମଧ୍ୟ ଆୟୋଗ ସୁପାରିଶ କରିଛନ୍ତି । ଆୟୋଗ ଅଧ୍ୟକ୍ଷା ବବିତା ଚେହାନ କହିଛନ୍ତି, ଯେଉଁ ଜିମକୁ ମହିଳାମାନେ ଯାଉଛନ୍ତି, ସେହି ଜିମରେ ମହିଳା ଟ୍ରେନର ରହିବା ଉଚିତ । ସମସ୍ତ ଜିମ୍ ଟ୍ରେନରଙ୍କର ପୋଲିସ ଭେରିଫିକେସନ ଦରକାର । ଯଦି କୌଣସି ପୁରୁଷ ଟ୍ରେନରଙ୍କଠାରୁ କେହି ମହିଳା ଟ୍ରେନିଂ ନେବାକୁ ଚାହୁଁଛନ୍ତି, ତା’ ହେଲେ ସେମାନଙ୍କୁ ଲିଖିତ ଆକାରରେ ଦେବାକୁ ହେବ । କାରଣ, ମହିଳା ଆୟୋଗଙ୍କ ନିକଟକୁ ଲଗାତାର ଜିମ୍ ଯାଉଥିବା ମହିଳାଙ୍କୁ ଶୋଷଣ ନେଇ ଅଭିଯୋଗ ଆସୁଛି । ବର୍ତ୍ତମାନ ଆୟୋଗ ସମସ୍ତ ଜିଲ୍ଲାକୁ ଏ ସମ୍ବନ୍ଧରେ ପ୍ରସ୍ତାବ ପଠାଇଛନ୍ତି । ଯିଏ ନ ମାନିବେ, ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking