ବ୍ୟୁରୋ : ୭ଦିନ ଭିତରେ ଲଘୁଚାପ ନାହିଁ ା ଏହ ୭ଦିନ ମଧରେ ଲଘୁଚାପ ହେବାର ସମ୍ଭାବନା ନାହିଁ । ଲଘୁଚାପ ହେବାର କୌଣସି ସିଷ୍ଟମ ଏବେ ନାହିଁ । ୩ରୁ ୫ ତାରିଖ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ । ୬ ଓ ୭ରେ ଉପକୂଳ ଜିଲ୍ଲାର କିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ସୂଚନା ଦେଇଛନ୍ତି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି । ଆଜି ସକାଳେ ଟ୍ୱିନ ସିଟିରେ ବିଜୁଳି ଘଡଘଡି ସହ ବର୍ଷା ଲାଗି ରହିଥିଲା । ୩ ଘଣ୍ଟା ।ପଇଁ ୟେଲ୍ଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କଟକ ଭୁବନେଶ୍ୱରରେ ମେଘୁଆ ପାଗ ଲାଗି ରହିଥିଲା । ବର୍ଷା ଯୋଗୁଁ ତଳିଆ ଅଞ୍ଚଳ ଗୁଡିକୁରେ ପାଣି ଜମି ରହିଛି । ଫଳରେ ଯାତାୟତ କରିବାରେ ସୃଷ୍ଟି ହେଉଛି । ସିଏମସି ପକ୍ଷରୁ ୱାଟର ପମ୍ପ ମାଧ୍ୟମରେ ପାଣିକୁ ନିଷ୍କାଷିତ କରାଯାଇଛି ।