ଭୁବନେଶ୍ୱର: ଆଜି ରାଜ୍ୟସଭା ନିର୍ବାଚନ । ଭୋଟ ଦେଉଛନ୍ତି ବିଧାୟକ । ୪ ଟି ସିଟ ପାଇଁ ୫ ଜଣ ପାର୍ଥୀଙ୍କୁ ଚୟନ କରାଯାଇଛି । କାହାର ହେବ ୪ର୍ଥ ସିଟ , କିଏ ମାରିବ ବାଜି ତାକୁ ଅପେକ୍ଷା । ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଭୋଟ ଦେଇ ପ୍ରତିକ୍ରିୟା ରଖି କହିଛନ୍ତି, କ୍ରସ ଭୋଟିଂ ନାହିଁ । ସମସ୍ତେ ବିବେକାନୁମୋଦିତ ଭୋଟ ଦେବେ । କାମଳ ରୋଗୀଙ୍କୁ ସବୁ ହଳଦିଆ ଦିଶେ । ନବୀନ ବାବୁଙ୍କୁ ସେଥିପାଇଁ ସବୁ ହଳଦିଆ ଦିଶୁଛି । ୬ଟା ଯାଏଁ ଅପେକ୍ଷା କରନ୍ତୁ ଦେଖିବେ ରେଜଲ୍ଟ ।










