25.1 C
Bhubaneswar
Monday, December 8, 2025
Homeଓଡିଶାଅନାସ୍ଥା ପ୍ରସ୍ତାବ; କଂଗ୍ରେସ ଆଲୋଚନା କରିନି: ବିଜେଡି

ଅନାସ୍ଥା ପ୍ରସ୍ତାବ; କଂଗ୍ରେସ ଆଲୋଚନା କରିନି: ବିଜେଡି

ଭୁବନେଶ୍ୱର: କଂଗ୍ରେସ ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ବିଜେଡି ସହ ଆଲୋଚନା କରିନି କହିଲେ  ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।  କହିଲେ, ଆମେ ଆମ ପ୍ରସଙ୍ଗ ଉଠାଇବୁ । ଯଦି କଂଗ୍ରେସ ଆଲୋଚନା କରେ ତାହାହେଲେ ବିଚାର କରିବୁ । ସୂଚନା ଥାଉକି, ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲା କଂଗ୍ରେସ । ନାରୀ ନିର୍ଯାତନା ପ୍ରସଙ୍ଗ , ନାରୀ ସୁରକ୍ଷା  ପ୍ରସଙ୍ଗରେ ଅନାସ୍ଥା ଭୋଟ ଆଣିଛି । ରାଜ୍ୟସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତ ଅଛନ୍ତି ବିରୋଧୀ ଦଳ ନେତା ।  ଅନାସ୍ଥା ପ୍ରସ୍ତାବ ରଖି ବାଚସ୍ପତିଙ୍କୁ ଚିଠି ଦେଲା କଂଗ୍ରେସ ।  ୧୫ ବିଧାୟକଙ୍କ ସମର୍ଥନ ଥିବା କଂଗ୍ରେସ  ଦାବି କରିଛି । ଏବେ ସମସ୍ତଙ୍କ ମନରେ  ଗୋଟିଏ ପ୍ରଶ୍ନ  କଂଗ୍ରେସ ଆଣିଥିବା ଅନାସ୍ଥା ପ୍ରସ୍ତାବରେ ବିଜେଡି ସମର୍ଥନ କରିବ କି ନାହିଁ ?

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking