25.1 C
Bhubaneswar
Sunday, December 21, 2025
Homeଓଡିଶାପୌରାଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ

ପୌରାଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ

ଯାଜପୁର:ଦୀର୍ଘଦିନ ଧରି ବ୍ୟାସନଗର ପୌରାଧ୍ୟାକ୍ଷା ସଙ୍ଗୀତା ପିଙ୍ଗୁଆଙ୍କୁ ଗାଦିଚ୍ୟୁତ କରିବା ପାଇଁ ବିଜେଡି ପାରିଷଦ ମାନେ ଯୋଜନା କରି ସଫଳ ହୋଇଛନ୍ତି l ଶେଷରେ ବହୁ ଘାତ ପ୍ରତିଘାତ ପରେ ପାରିଷଦ ମାନେ ଗୁରୁବାର ମା ବିରଜାଙ୍କୁ ଦର୍ଶନ କରି  ଅପରାହ୍ନ ରେ ଜିଲାପାଳ ପି ଅନ୍ଵେଷା ରେଡ୍ଡୀଙ୍କୁ ଭେଟି ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ ଲିଖିତ ଆକାର ରେ ପ୍ରଦାନ କରିଛନ୍ତି | ଜିଲାପାଳ ଏହି ଅନାସ୍ଥା ପ୍ରସ୍ତାବ ଗ୍ରହଣ କରି ପୌର ଆଇନ ଅନୁଯାୟୀ ପଦକ୍ଷେପ ନେବେ ବୋଲି ପାରିଷଦ ମାନଙ୍କୁ କହିଥିବା ଜଣାଯାଇଛି | ପୌର ପରିଷଦର ବିକାଶ ପାଇଁ ଆସୁଥିବା ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ହୋଇ ପାରୁନଥିବା ଏବଂ ଅନୁଦାନ ଟଙ୍କା ଖର୍ଚ୍ଚ ନହୋଇ ପଡିରହିବା ଓ କାଉନସିଲ ବୈଠକରେ ନିଷ୍ପତି ନିଆଯାଉଥିବା କାର୍ଯ୍ୟ ଗୁଡିକୁ ଅଧ୍ୟକ୍ଷା ଗୁରୁତ୍ୱ ନଦେଇ ମନଇଚ୍ଛା ନିଷ୍ପତି ନେଉଥିବା  ପାରିଷଦ ମାନେ ଅଭିଯୋଗ କରିଆସୁଥିଲେ |

ଯାହା ଫଳରେ ସହରର ବିକାଶ ଠପ ହୋଇଯାଇଥିଲା | ସହର ବିକାଶ ପାଇଁ ସଂଖ୍ୟାଧିକ ପାରିଷଦ ମାନେ ଏକାଠି ହୋଇ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ଆଣିବା ପାଇଁ ଦଳୀୟ ନେତାଙ୍କ ସହ ବହୁ ବାର ବିଚାର ବିମର୍ଶ କରିଥିଲେ | ଅଧ୍ୟାକ୍ଷା ବିଜେଡି ଦଳରୁ ନିର୍ବାଚିତ ହୋଇଥିବାରୁ ବିଜେଡି ପାରିଷଦ ମାନେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ଏ ସମ୍ପର୍କରେ ଅବଗତ କରିଥିଲେ | ଦଳୀୟ ସବୁଜ ସଂକେତ ମିଳିବା ପରେ ଅନାସ୍ଥା ପତ୍ର ର ଦସଖସ୍ତ କରି ଜିଲ୍ଲା ପାଳ ଙ୍କୁ ପାଦlନ କରିଛନ୍ତି l ପୌରଉପାଧ୍ୟକ୍ଷ ସୁବାସ ଚନ୍ଦ୍ର ବଳଙ୍କ ନେତୃତ୍ୱରେ ବିଜେଡିର ବିଜେଡି ର ୨0 ଜଣ ପାରିଷଦଙ୍କ  ଜିଲାପାଳଙ୍କୁ ଭେଟି ଅନାସ୍ଥା ପ୍ରସ୍ତାବ ପ୍ରଦାନ କରିଥିଲେ | ଏହି ସମୟରେ ବିଜେଡି କାଉନସିଲର ପାର୍ଥସାରଥୀ ନାୟକ, ଅଶୋକ କୁମାର ରାଉତ, ବିଜୟ କୁମାର ଜେନା, ମନୀନ୍ଦ୍ର ସାହୁ, ମୋନାଲିସା ସାହୁ, ସୁଜାତା ପ୍ରିୟଦର୍ଶିନୀ ପରିଡା, ଉର୍ମିଳା ପରିଡା, ରଶ୍ମିତା ଖୁଣ୍ଟିଆ, ସରୋଜିନୀ ସେଠି, ସିଦ୍ଧାର୍ଥ ସାମଲ, କୁମୁଦିନୀ ରାଉତ, ସନ୍ତୋଷ କୁମାର ବରାଳ, ଅଶୋକ କୁମାର ଦାସ, କୁନି ହାଁସଦା, ବୁଦୁନୀ ଦରାଇ, ଦିଲ୍ଲୀପ କୁମାର ସେଠି, ଶିବାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ |

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking