37.9 C
Bhubaneswar
Wednesday, March 26, 2025
Homeଓଡିଶାକୌଣସି କମ୍ପାନୀ ଧାର୍ଯ୍ୟ ସମୟରେ ସାରିନାହାନ୍ତି ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ

କୌଣସି କମ୍ପାନୀ ଧାର୍ଯ୍ୟ ସମୟରେ ସାରିନାହାନ୍ତି ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟ

ଭୁବନେଶ୍ୱର: ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟରେ ରାଜ୍ୟରେ ୨୩ଟି କମ୍ପାନୀ ନିୟୋଜିତ ହୋଇଥିବାବେଳେ ଗୋଟିଏ ହେଲେ କମ୍ପାନୀ ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟ ସାରି ନାହାନ୍ତି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ନବି ନାରାୟଣ ନାଏକ । ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାିଛନ୍ତି ଯେ ରାଜ୍ୟରେ ମେଗା ପାଇପ୍‍ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ବର୍ତ୍ତମାନ ୨୩ଟି କମ୍ପାନୀ ନିୟୋଜିତ ଅଛନ୍ତି । ଚୁକ୍ତିନାମା ଅନୁସାରେ ଧାର୍ଯ୍ୟ ସମୟସୀମା ମଧ୍ୟରେ କୌଣସି କମ୍ପାନୀ ଦ୍ୱାରା କାର୍ଯ୍ୟ ଶେଷ ହୋଇନାହିଁ । ଧାର୍ଯ୍ୟ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସାରିନଥିବାରୁ ଅଥବା ଅନ୍ୟାନ୍ୟ କାରଣ ଯୋଗୁଁ କୌଣସି କମ୍ପାନୀକୁ ନିକଟରେ ଅତୀତରେ କଳାତାଲିକାଭୁକ୍ତ କର।।ଯାଇନାହିଁ କିମ୍ବା ସେଭଳି କୌଣସି ସୁପାରିଶ କରାଯାଇ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking