24.1 C
Bhubaneswar
Wednesday, January 15, 2025
Homeଦେଶ ବିଦେଶୱାକଫ ବୋର୍ଡରେ କୌଣସି ବି ପରିବର୍ତ୍ତନ ମଞ୍ଜୁର ନୁହେଁ: ମୁସଲିମ ପର୍ସନାଲ ଲ’ ବୋର୍ଡ

ୱାକଫ ବୋର୍ଡରେ କୌଣସି ବି ପରିବର୍ତ୍ତନ ମଞ୍ଜୁର ନୁହେଁ: ମୁସଲିମ ପର୍ସନାଲ ଲ’ ବୋର୍ଡ

ନୂଆଦିଲ୍ଲୀ: ୱାକଫ୍ ବୋର୍ଡର ଅଧିକାର ହ୍ରାସ ଉପରେ କେନ୍ଦ୍ର ସରକାର ଚିନ୍ତା କରୁଥିବା ଏବଂ ଏନେଇ ବିଲ୍ ପାରିତ କରିବାକୁ ସଜବାଜ ହେଉଥିବା ସମ୍ବାଦ ଆସିବା ପରେ ମୁସଲିମ ପର୍ସନାଲ ଲ’ ବୋର୍ଡ ପ୍ରତିକ୍ରିୟାଶୀଳ ହୋଇପଡିଛି । ୱାକଫ୍ ବୋର୍ଡରେ କୌଣସି ପ୍ରକାର ସଂଶୋଧନକୁ ବରଦାସ୍ତ କରାଯିବ ନାହିଁ ବୋଲି ବୋର୍ଡ କହିଛି । ପ୍ରକାଶ, ୱାକଫ ବୋର୍ଡରେ ସଂଶୋଧନ ବିଲ୍ ଏପର୍ଯ୍ୟନ୍ତ ସଂସଦରେ ଉପସ୍ଥାପିତ ହୋଇନାହିଁ । କିନ୍ତୁ ଏନେଇ ସମ୍ବାଦ ଆସିବା ପରେ ପରେ ଏହାକୁ ନେଇ ଚାରିଆଡେ ଉତ୍ତେଜନା ପ୍ରକାଶ ପାଇଛି । ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ ’ବୋର୍ଡ ଏହାକୁ ବିରୋଧ କରିଛି । ୱାକଫ ଆକ୍ଟ ୨୦୧୩ରେ କୌଣସି ବି ପରିବର୍ତ୍ତନ ମଞ୍ଜୁର ନୁହେଁ ବୋଲି ବୋର୍ଡ କହିଛି । ଅଲ୍ ଇଣ୍ଡିଆ ମୁସଲିମ ପର୍ସନାଲ ଲ ’ବୋର୍ଡ ପକ୍ଷରୁ ଏନେଇ ଏକ ବୟାନ ଜାରି କରି କୁହାଯାଇଛି ଯେ, ୱାକଫ ଆକ୍ଟରେ ସଂଶୋଧନ ହେବା ଦ୍ୱାରା ଜମି ହଡପ କରିବା ସହଜ ହୋଇଯିବ । ସରକାର ଏହି ଆଇନ୍‌ରେ କୌଣସି ସଂଶୋଧ କରିପାରିବେ ନାହିଁ । ସେପଟେ ଏଆଇଏମ୍‌ଆଇଏମ୍ ନେତା ଅସାଦ୍ଦୁଦିନ ଓୱୈସି ଏହି ସଂଶୋଧନ ବିଲକୁ ୱାକଫ୍ ବୋର୍ଡର ସମ୍ପତ୍ତି ଜବତ କରିବା ପାଇଁ ସରକାରଙ୍କ ବଡ଼ ଷଡଯନ୍ତ୍ର ବୋଲି କହିଛନ୍ତି । ସୂଚନାଯୋଗ୍ୟ ୱାକଫ ଆକ୍ଟରେ ପ୍ରାୟ ୪୦ଟି ସଂଶୋଧନକୁ କ୍ୟାବିନେଟ୍ ଅନୁମୋଦନ କରିସାରିଛି । କେନ୍ଦ୍ର ସରକାର କେଣସି ସମ୍ପତ୍ତିକୁ “ୱାକଫ ସମ୍ପତ୍ତି” କରିବା ଅଧିକାର ଥିବା ୱାକଫ ବୋର୍ଡର କ୍ଷମତାରେ ଅଙ୍କୁଶ ଲଗାଇବାକୁ ଚାହୁଁଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking