26.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶଗାଭାସ୍କରଙ୍କ ପାଦ ଛୁଇଁଲେ ନୀତିଶଙ୍କ ବାପା

ଗାଭାସ୍କରଙ୍କ ପାଦ ଛୁଇଁଲେ ନୀତିଶଙ୍କ ବାପା

ନୂଆଦିଲ୍ଲୀ: ଭାରତୀୟ ଟିମର ଯୁବ ଅଲରାଉଣ୍ଡର ନୀତିଶ୍ ରେଡ୍ଡିଙ୍କ ପରିବାର ମେଲବର୍ଣ୍ଣରେ ଅଷ୍ଟ୍ରେଲିଆ ବିପକ୍ଷରେ ଜାରି ବକ୍ସିଙ୍ଗ୍ ଡେ ଟେଷ୍ଟରେ ପୂର୍ବତନ କ୍ରିକେଟର୍ ସୁନିଲ୍ ଗାଭାସ୍କରଙ୍କୁ ଭେଟିଲେ । ଗାଭାସ୍କରଙ୍କୁ ଦେଖି ଭାବବିହ୍ବଳ ହେବା ସହ ବାରମ୍ବାର ପାଦ ଛୁଇଁ ସାଷ୍ଟାଙ୍ଗ ପ୍ରଣିପାତ କଲେ ନୀତିଶଙ୍କ ବାପା ମୁତୟାଲା ରେଡ୍ଡି। ନୀତିଶ୍ ପିତାଙ୍କ ଏଭଳି ବ୍ୟବହାର ଦେଖି ଗାଭାସ୍କରଙ୍କ ଆଖି ମଧ୍ୟ ଜକେଇ ଆସିଥିଲା, ମୁତୟାଲାଙ୍କୁ ଉଠାଇ ଆଲିଙ୍ଗନ କଲେ ସୁନିଲ୍ ଗାଭାସ୍କର । ତୃତୀୟ ଟେଷ୍ଟ୍ ପରେ ଗାଭାସ୍କର ନୀତିଶଙ୍କୁ ପ୍ଲେଇଙ୍ଗ୍ ୧୧ ରେ ସାମିଲ୍ କରିବା ପାଇଁ ଯୁକ୍ତି ବାଢିଥିଲେ । କ୍ରିକେଟର ଭବିଷ୍ୟତକୁ ଦୂରଦୃଷ୍ଟିରେ ବାରି ପାରୁଥିବା ଗାଭାସ୍କରଙ୍କ କହିବା କଥା ଥିଲା ଯେ ନୀତିଶ୍ ଆଗାମୀ ସମୟରେ ଭାରତର ପ୍ରତିଭାବାନ୍ ଅଲରାଉଣ୍ଡର ସାବ୍ୟସ୍ତ ହେବେ । ଏହି ସିରିଜରେ ନୀତିଶ୍ ବର୍ତ୍ତମାନ ୪ ଟି ମ୍ୟାଚରେ ୨୯୩ ରନ୍ କରିସାରିଲେଣି ଯେଉଁଥିରେ ଏକ ଶତକ ମଧ୍ୟ ସାମିଲ୍ ରହିଛି । ଅଷ୍ଟ୍ରେଲିଆ ମାଟିରେ ମାତ୍ର ଗୋଟିଏ ସିରିଜରେ ସବୁଠାରୁ ଅଧିକ ଛକ୍କା ଲଗାଇଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍ ହେଉଛନ୍ତି ନୀତିଶ୍ ରେଡ୍ଡି । ଗାଭାସ୍କରଙ୍କ ଭବିଷ୍ୟବାଣୀ ଯେମିତି ସତର ରୂପ ନେଉଛି । ଚ୍ ପୂର୍ବରୁ ନୀତିଶ୍ ସୋସିଆଲ୍ ମିଡ଼ିଆରେ ଭାବପୂର୍ଣ୍ଣ ପୋଷ୍ଟ କରି ଲେଖିଥିଲେ , ଏ ଆପଣଙ୍କ ପାଇଁ ବାପା ! ପ୍ରେସର୍ ଭିତରେ ବିଚଳିତ ନହୋଇ ଜଣେ ୨୧ ବର୍ଷୀୟ ଖେଳାଳି ନିଜର ଅବିଶ୍ବସନୀୟ ଧର୍ୟ୍ୟ ଏବଂ ଦୃଢ ସଂକଳ୍ପର ସହ ମଇଦାନର ଛକ୍କା ମାରିଥିଲେ । ଆଉ ନୀତିଶଙ୍କ ଆତ୍ମବିଶ୍ବାସର ଗାଡ଼ିକୁ ଗଡ଼ାଇବା ପାଇଁ ଇନ୍ଧନ ଦେଇଥିବା ସୁନିଲ୍ ଗାଭାସ୍କରଙ୍କୁ ମୁଣ୍ଡିଆ ମାରି ଧନ୍ୟବାଦ ଜଣାଇଛନ୍ତି ବାପା ମୁତୟାଲା ରେଡ୍ଡି। ଏହି ଭିଡ଼ିଓଟି ଏବେ ସୋସିଆଲ୍ ମିଡ଼ିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଯାହାକୁ କ୍ରିକେଟପ୍ରେମୀ ଖୁବ୍ ପସନ୍ଦ କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking