21.1 C
Bhubaneswar
Friday, February 6, 2026
Homeଦେଶ ବିଦେଶନିର୍ବାଚନ ପୂର୍ବରୁ ନୀତିଶଙ୍କ ବଡ ଘୋଷଣା

ନିର୍ବାଚନ ପୂର୍ବରୁ ନୀତିଶଙ୍କ ବଡ ଘୋଷଣା

ପାଟଣା: ନିର୍ବାଚନ ପୂର୍ବରୁ ନୀତିଶଙ୍କ ବଡ ଘୋଷଣା ନୀତିଶଙ୍କ ବଡ ଘୋଷଣା କରିଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କହିଛନ୍ତି , ଦିବ୍ୟାଙ୍ଗମାନଙ୍କୁ ଏବେ ପ୍ରତି ମାସରେ ୪୦୦ ଟଙ୍କା ବଦଳରେ ୧୧୦୦ ଟଙ୍କା ପେନସନ ଦିଆଯିବ । ଜୁଲାଇ ମାସରୁ ସମସ୍ତ ଦିତାଧିକାରୀଙ୍କୁ ବର୍ଧିତ ହାରରେ ପେନସନ ମିଳିବ ।

ସେ ନିଜେ ଏହି ସୂଚନା ତାଙ୍କ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଆହୁରି କହିଛନ୍ତି, ଏହି ଟଙ୍କା ମାସର ୧୦ ତାରିଖରେ ସମସ୍ତ ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଯିବ । ୧ କୋଟି ୯ ଲକ୍ଷ ୬୯ ହଜାର ୨୫୫ ହିତାଧିକାରୀଙ୍କୁ ସାହାଯ୍ୟ କରିବ । ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଏହି ଘୋଷଣା ବିହାର ନିର୍ବାଚନରେ ସରକାରଙ୍କ ପାଇଁ ବହୁତ ପ୍ରଭାବଶାଳୀ ପ୍ରମାଣିତ ହୋଇପାରେ। କାରଣ ବିରୋଧୀ ପ୍ରାୟତଃ ସାଧାରଣ ଲୋକଙ୍କ ସମସ୍ୟା ଉଠାଇ ଏହି ଯୋଜନାଗୁଡ଼ିକୁ ନେଇ ସରକାରଙ୍କୁ ଆକ୍ରମଣ କରୁଥିଲେ। ଏବେ ସରକାର ସାମାଜିକ ସୁରକ୍ଷା ପେନସନ ଯୋଜନା ଅଧୀନରେ ଦୁଇଗୁଣରୁ ଅଧିକ ଅର୍ଥ ପ୍ରଦାନ କରିଛନ୍ତି, ଯାହା ଗରିବ ଏବଂ ଅସହାୟ ବର୍ଗର ଲୋକଙ୍କ ଜୀବନ ଜୀବିକା ପାଇଁ ବହୁତ ସହାୟକ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking