25.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଇଂଲଣ୍ଡ ଟି-୨୦ ସିରିଜ୍‌ରୁ ନୀତୀଶ ରେଡ୍ଡୀ ବାଦ୍‌

ଇଂଲଣ୍ଡ ଟି-୨୦ ସିରିଜ୍‌ରୁ ନୀତୀଶ ରେଡ୍ଡୀ ବାଦ୍‌

ମୁମ୍ବାଇ: ଅଲ୍‌ରାଉଣ୍ଡର୍ ନୀତୀଶ କୁମାର ରେଡ୍ଡୀ ଇଂଲଣ୍ଡ ବିପକ୍ଷ ଚଳିତ ଟି-୨୦ ସିରିଜ୍‌ରୁ ବାଦ୍ ପଡ଼ିଛନ୍ତି। ଶନିବାର ବିସିସିଆଇ ଏହି ଘୋଷଣା କରିଛି। ଶୁକ୍ରବାର ଚେନ୍ନାଇରେ ପ୍ରାକ୍ଟିସ୍ ସେସନ୍‌ରେ ନୀତୀଶ ଆହତ ହୋଇଛନ୍ତି। ରିହାବ୍ ପାଇଁ ସେ ବେଙ୍ଗାଲୁରୁର ବିସିସିଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସରେ ଯୋଗଦେବେ। ଇତିମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ଅବସରରେ ଫିଲ୍ଡିଂ ବେଳେ ପିଠିରେ ଆଘାତ ଲାଗିଥିବା ରିଙ୍କି ସିଂହ ସିରିଜ୍‌ର ଦ୍ୱିତୀୟ ଏବଂ ତୃତୀୟ ମ୍ୟାଚ୍‌ରୁ ବାଦ୍ ପଡ଼ିଛନ୍ତି। ସିରିଜ୍‌ର ବାକି ମ୍ୟାଚ୍ ପାଇଁ ଦୁଇ ଅଲ୍‌ରାଉଣ୍ଡର୍ ଶୁଭମ୍ ଦୁବେ ଓ ରମଣଦୀପ୍ ସିଂହଙ୍କୁ ସ୍କ୍ୱାଡ୍‌ରେ ସାମିଲ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking