19.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶପାଟନାରେ 'ମେଟ୍ରୋ' ଉଦଘାଟନ କଲେ ନୀତିଶ କୁମାର

ପାଟନାରେ ‘ମେଟ୍ରୋ’ ଉଦଘାଟନ କଲେ ନୀତିଶ କୁମାର

ପାଟନା: ବିହାର ନିର୍ବାଚନ ପୂର୍ବରୁ ସୋମବାର ଦିନ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମେଟ୍ରୋର ପ୍ରଥମ ପର୍ଯ୍ୟାୟକୁ ଉଦଘାଟନ କରିଛନ୍ତି । ପାଟନା ମେଟ୍ରୋର ପ୍ରଥମ ଯାତ୍ରା ସକାଳ ୧୧ଟାରେ ପାଟଳୀପୁତ୍ର ବସ୍ ଡିପୋରୁ ଆରମ୍ଭ ହେବ। ଏହି ଶୁଭାରମ୍ଭ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ବିଜୟ କୁମାର ସିହ୍ନା ଯୋଗ ଦେଇଥିଲେ । ଯାତ୍ରୀମାନଙ୍କ ପାଇଁ ମେଟ୍ରୋ ଯାତ୍ରା ଆସନ୍ତାକାଲି ଆରମ୍ଭ ହେବ। ଯାତ୍ରୀମାନେ ଆଇଏସବିଟି, ଜିରୋ ମାଇଲ ଏବଂ ଭୂତନାଥ ଷ୍ଟେସନ ମଧ୍ୟରେ ୪.୩ କିଲୋମିଟର କରିଡରରେ ଯାତ୍ରା କରିପାରିବେ । ଗୋଟିଏ ଷ୍ଟେସନ ଯାତ୍ରା ପାଇଁ ସର୍ବନିମ୍ନ ଭଡା ୧୫ଟଙ୍କା ରହିଛି । ଷ୍ଟ୍ରେଚ ଯାତ୍ରା ପାଇଁ ୩୦ ଟଙ୍କା ରହିଛି । ଟ୍ରେନରେ ୯୦୦ ଜଣ ଯାତ୍ରୀ ଯାଇପାରିବେ । ଏହି ପ୍ରାରମ୍ଭିକ ପଯ୍ୟାୟରେ ଟ୍ରେନଗୁଡିକ ୨୦ ମିନିଟ ବ୍ୟବଧାନରେ ଚାଲିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୨୦୧୯ରେ ଏହି ପକଳ୍ପର ଶିଳାନ୍ୟାସ କରିଥିଲେ । ଯାହାର ଆନୁମାନିକ ମୂଲ୍ୟ ୧୩ କୋଟି ୩୬୫ ହଜାର ଥିଲା । ପାଟନା ମେଟ୍ରୋ ଯାତ୍ରୀ ସୁରକ୍ଷା ଏବଂ ସୁବିଧା ଉପରେ ଜୋର ଦେଇଛି । ପ୍ରତ୍ୟେକ କୋରେ ୩୬୦ ଡିଗ୍ରୀ ସିସି ଟିଭି କ୍ୟାମେରା , ଜରୁରୀ କାଳୀନ ବଟନ ଏବଂ ମାଇକ୍ରୋଫୋନ ଅଛି ଯାହା ଯାତ୍ରୀମାନଙ୍କୁ ମେଟ୍ରୋ ଡ୍ରାଇଭରଙ୍କ ସହ ସିଧାସଳଖ ଯୋଗାଯୋଗ କରିବାକୁ ଅନୁମତି ରହିଛି । କେନ୍ଦ୍ର ସରକାର ଜୁନ୍ ୨୦୧୪ ରେ ଏହାର ଅନୁମୋଦନ ପ୍ରଦାନ କରିଥିଲେ, ଯାହା ପାଞ୍ଚ ପର୍ଯ୍ୟାୟ ନିର୍ମାଣ ଯୋଜନା ପାଇଁ ପଥ ପ୍ରଶସ୍ତ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃଆରୀ ୧୭, ୨୦୧୯ ରେ ସହରର ପ୍ରଥମ ମେଟ୍ରୋ କରିଡର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ, ଏବଂ ତା’ପରେ ଗୋଟିଏ ଦିନ ପରେ ପାଟନା ମେଟ୍ରୋ ରେଳ କର୍ପୋରେସନ ଲିମିଟେଡ୍  ର ଆନୁଷ୍ଠାନିକ ପ୍ରତିଷ୍ଠା ହୋଇଥିଲା।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking