17.1 C
Bhubaneswar
Sunday, December 7, 2025
Homeଓଡିଶାଭୁବନେଶ୍ୱରରେ ପହଞ୍ଚିଲେ ନୀତିନ ଗଡକରୀ

ଭୁବନେଶ୍ୱରରେ ପହଞ୍ଚିଲେ ନୀତିନ ଗଡକରୀ

ଭୁବନେଶ୍ୱର: ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକାରୀ । ୮୪ତମ ରୋଡ କଂଗ୍ରେସ ସମାବେଶର ଉଦଘାଟନ କରିବେ ନୀତିନ । ନୀତିନ ଗଡକରୀଙ୍କୁ ଏୟାରପୋର୍ଟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ସଚିବ ଉଷା ପାଢୀ ସ୍ୱାଗତ କରିଛନ୍ତି ।  ସ୍ୱାଗତ ପରେ ଜନତା ମୈଦାନ ଅଭିମୁଖେ ବାହାରିଛନ୍ତି ନୀତିନ । ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ୧୦ ବର୍ଷ ପରେ ଏ ସୁଯୋଗ ଓଡିଶାକୁ ମିଳିଛି ।  ୮୪ତମ ଇଣ୍ଡିଆନ ରୋଡସ କଂଗ୍ରେସର ଆୟୋଜନ ଜନତା ମଇଦାନରେ ହେଉଛି । ୩୫୦୦ରୁ ଅଧିକ ଇଞ୍ଜିନିୟର ଏବଂ ରିସର୍ଚ୍ଚର ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଭାରତର ରାସ୍ତା ପ୍ରଶସ୍ତିକରଣ, ରାସ୍ତା ସୁଦୃଢୀକରଣ ଏବଂ ବିକଶିତ ଭାରତ ଗଠନ କିଭଳି ଭାବେ ହୋଇପାରିବ ସେ ବିଷୟରେମାନସ ମନ୍ଥନ କରିବା ସହିତ ଆଲୋଚନା କରାଯିବ । ୬ରୁ ୧୦ ତାରିଖ ଯାଏ  ଏହି କାର୍ଯ୍ୟକ୍ରମର ଆୟୋଜନ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking