29.1 C
Bhubaneswar
Monday, February 9, 2026
Homeଦେଶ ବିଦେଶଦୁର୍ଘଟଣାଗ୍ରସ୍ତଙ୍କୁ ହସ୍ପିଟାଲ ନେଲେ ମିଳିବ ୨୫ ହଜାର

ଦୁର୍ଘଟଣାଗ୍ରସ୍ତଙ୍କୁ ହସ୍ପିଟାଲ ନେଲେ ମିଳିବ ୨୫ ହଜାର

ନୂଆଦିଲ୍ଲୀ: ଦେଶରେ ସଡ଼କ ଓ ଜାତୀୟ ରାଜପଥ ନେଟୱାର୍କ ବଢିବାରେ ଲାଗିଛି। ଅନୁରୂପ ଭାବେ ସଡ଼କ ଦୁର୍ଘଟଣା ମଧ୍ୟ ଦିନକୁ ଦିନ ବଢି ବଢି ଚାଲିଛି। ସଡ଼କ ଦୁର୍ଘଟଣାରେ ବର୍ଷକୁ ଯେତିକି ଲୋକଙ୍କ ମୃତ୍ୟୁ ଘଟୁଛି, ତାହା କରୋନା ମହାମାରୀ, କୌଣସି ଦଙ୍ଗା କିମ୍ବା ଯୁଦ୍ଧ ସମୟର ମୃତ୍ୟୁ ସଂଖ୍ୟା ଠାରୁ ମଧ୍ୟ ଅଧିକ। ଭାରତରେ ଦୈନିକ ୪୭୪ ଜଣ ଲୋକଙ୍କର ସଡ଼କ ଦୁର୍ଘଟଣାରେ ଜୀବନ ଯାଉଛି। ଗତବର୍ଷ ଅର୍ଥାତ୍ ୨୦୨୪ ମସିହାରେ ସଡ଼କ ଦୁର୍ଘଟଣାରେ ୮୦ ହଜାର ଲୋକଙ୍କ ମୃତ୍ୟୁ ହୋଇଛି। ସେଥିମଧ୍ୟରୁ ୧୮ରୁ ୩୪ ବର୍ଷ ବୟସ୍କଙ୍କ ସଂଖ୍ୟା ୬୬ ପ୍ରତିଶତ ରହିଛି। ତେବେ ସବୁଠୁ ଉଦ୍‌ବେଗର ବିଷୟ ହେଉଛି, ୮୦ ହଜାର ମୃତକଙ୍କ ମଧ୍ୟରୁ ୫୦ ହଜାର ଏଭଳି ଲୋକ ରହିଛନ୍ତି, ଯଦି ସେମାନଙ୍କୁ ସଠିକ୍ ସମୟରେ ହସ୍ପିଟାଲରେ ପହଞ୍ଚାଯାଇପାରିଥାନ୍ତା, ତେବେ ସେମାନଙ୍କ ଜୀବନ ରକ୍ଷା କରାଯାଇପାରିଥାନ୍ତା ବୋଲି କହିଛନ୍ତି କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜମାର୍ଗ ମନ୍ତ୍ରୀ ନୀତୀନ ଗଡ଼କରୀ।

ଏହି ସଡ଼କ ଦୁର୍ଘଟଣାଜନିତ ଅକାଳ ମୃତ୍ୟୁକୁ ରୋକିବା ଲାଗି ତାଙ୍କ ମନ୍ତ୍ରଣାଳୟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏଣିକି ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଉଥିବା ବ୍ୟକ୍ତିଙ୍କୁ କେନ୍ଦ୍ର ସରକାର୨୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ ବିଚାର କରୁଥିବା ସେ କହିଛନ୍ତି। ପୂର୍ବରୁ ଏନେଇ ୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ବ୍ୟବସ୍ଥା ରହିଛି। କେବଳ ସେତିକି ନୁହେଁ, ଅନେକ ସମୟରେ ରାଜପଥ ଗୁଡିକରେ ଅଟକି ଥିବା ଗାଡି, ତ୍ରୁଟିପୂର୍ଣ୍ଣ ରହଣି, ବ୍ରେକ୍‌ଡାଉନ୍‌ ଯାନବାହନ ଯୋଗୁଁ ମଧ୍ୟ ଦୁର୍ଘଟଣା ଘଟୁଛି। ଏଭଳି ଗାଡିର ନମ୍ବର ସହ ଫଟୋ ଉଠାଇ ସଡ଼କ ପରିବହନ ବିଭାଗକୁ ପଠାଉଥିବା ବ୍ୟକ୍ତିଙ୍କୁ ମଧ୍ୟ ପୁରସ୍କାର ତଥା ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି କରିଛନ୍ତି। ଏଭଳି ଗାଡିରୁ ଚାଲାଣ କଟାଯିବାକୁ ଥିବା ଅର୍ଥର ୧୦ ପ୍ରତିଶତ ସଂପୃକ୍ତ ଫଟୋ ଓ ତଥ୍ୟପ୍ରଦାନକାରୀ ବ୍ୟକ୍ତିଙ୍କୁ କମିଶନ ଆକାରରେ ଦିଆଯିବ ବୋଲି ଶ୍ରୀ ଗଡ଼କରୀ ଏକ କାର୍ୟ୍ୟକ୍ରମରେ ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking