31.1 C
Bhubaneswar
Monday, March 30, 2026
Homeଓଡିଶାବିଜୁ ବାବୁଙ୍କ ଉପରେ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ପ୍ରସଙ୍ଗ; ରାଜ୍ୟ ତଥା ଦେଶବାସୀଙ୍କ ପାଖରେ...

ବିଜୁ ବାବୁଙ୍କ ଉପରେ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ପ୍ରସଙ୍ଗ; ରାଜ୍ୟ ତଥା ଦେଶବାସୀଙ୍କ ପାଖରେ ଦୁବେ ନିସର୍ତ୍ତ
କ୍ଷମା ପ୍ରାର୍ଥନା କରନ୍ତୁ: ବିଜେଡି

ଭୁବନେଶ୍ୱର : ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଉପରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅବା‚ନୀୟ ମନ୍ତବ୍ୟକୁ ନେଇ ବିଜୁ ଜନତା ଦଳ ଆଜି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ।ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ଏକ ଧାରଣା ଦେଇ ଦୁବେଙ୍କ ମନ୍ତବ୍ୟକୁ କଡା ବିରୋଧ ପ୍ରଦର୍ଶନ କରାଯାଇଥିବା ବେଳେ ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମଧ୍ୟ ଗଣମାଧ୍ୟମରେ କଡା ପ୍ରତିକ୍ରିୟା ଦେଇଛନ୍ତି । ଶ୍ରୀ ଦୁବେଙ୍କ ମାନସିକ ବିକୃତି ଘଟିଛି ଓ ଏହି ବକ୍ତବ୍ୟ ତାହାର ପରିଣାମ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଏହାଛଡା ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର ଓ ଦଳର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଦୁବେଙ୍କ ବକ୍ତବ୍ୟକୁ ନିନ୍ଦା କରିବା ସହିତ ସେ ଓଡିଶା ତଥା ଦେଶବାସୀଙ୍କ ପାଖରେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛନ୍ତି ।

ଶ୍ରୀମତୀ ମଲ୍ଲିକ କହିଥିଲେ, ବିଜୁ ବାବୁଙ୍କ ଦେଶ ତଥା ବିଶ୍ୱ ପ୍ରତି ଯେଉଁ ଅବଦାନ ରହିଛି, ସେ ବିଷୟରେ ଶ୍ରୀ ଦୁବେଙ୍କ ସାମାନ୍ୟତମ ଧାରଣା ନାହିଁ । ସେଥିପାଇଁ ସେ ବିଜୁ ବାବୁଙ୍କ ଭଳି ଜଣେ ମହାନ ଦେଶପ୍ରେମୀଙ୍କ ବିରୋଧରେ ଏପରି ଅରୁଚିକର ମନ୍ତବ୍ୟ ଦେଇଛନ୍ତି । ଏହି ମନ୍ତବ୍ୟ ଲୋକଲୋଚନକୁ ଆସିବା ପରେ ଆମ ରାଜ୍ୟ ତଥା ଦେଶର ଅଗଣିତ ବିଜୁ ପ୍ରେମୀ ଏହାକୁ ତୀବ୍ର ନିନ୍ଦା କରୁଛନ୍ତି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଯେ, ରାଜ୍ୟ ଶାସନ ଭାରରେ ଥିବା ବିଜେପି ନେତାଙ୍କ ମୁହଁରେ ତୁଣ୍ଡି ବନ୍ଧା ହୋଇଛି । ଗତ ନିର୍ବାଚନରେ ନିର୍ବାଚିତ ହୋଇଥିବା ୨୦ ଜଣ ବିଜେପି ଏମପିମାନେ ମଧ୍ୟ ରହସ୍ୟମୟ ନିରବତା ଅବଲମ୍ୱନ କରୁଛନ୍ତି । ବିଜେପି ଓଡ଼ିଆ ଅସ୍ମିତା କହି ରାଜ୍ୟରେ କ୍ଷମତାକୁ ଆସିଛି । ଏହା ହେଉଛି ତାଙ୍କର ଓଡ଼ିଆ ଅସ୍ମିତା । ତେଣୁ ରାଜ୍ୟବାସୀ ତଥା ଦେଶବାସୀଙ୍କ ପାଖରେ ଦୁବେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଶ୍ରୀମତୀ ମଲ୍ଲିକ ଦାବି କରିଥିଲେ ।

ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ, ବିଜୁ ବାବୁ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ । ସେ ଜଣେ ବିରଳ ରାଜନେତା ଥିଲେ । ବିଜୁ ବାବୁଙ୍କର ପ୍ରତିରକ୍ଷା, ଏଭିଏସନ ଓ ଆନ୍ତର୍ଜାତୀୟ ସମ୍ପର୍କ ଉପରେ ଗଭୀର ଜ୍ଞାନ ଥିଲା, ଯେଉଁଥିପାଇଁ ତାଙ୍କର ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ରହିଥିଲା । ତାଙ୍କର ଏହି ଦକ୍ଷତା ପାଇଁ ଭାରତ ସରକାରଙ୍କ ତରଫରୁ ତାଙ୍କୁ ପଠାଯାଇଥିଲା । ଏଭଳି ଅନେକ ମିଶନରେ ଭାଗନେଇ ସେ ଅନେକ ଥର ଜୀବନକୁ ବାଜି ଲଗାଇ ସଂଗ୍ରାମ କରିଛନ୍ତି । ଏଭଳି ବ୍ୟକ୍ତିଙ୍କୁ ସିଆଇଏ ଏଜେଣ୍ଟ କୁହାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ ଜଣେ ମହାନ ଦେଶପ୍ରେମୀଙ୍କୁ ଏଭଳି ଅପମାନସୂଚକ ମନ୍ତବ୍ୟ ଘୋର ନିନ୍ଦନୀୟ । ତେଣୁ ଶ୍ରୀ ଦୁବେ ଓଡିଶା ତଥା ଦେଶବାସୀଙ୍କ ପାଖରେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking