24.4 C
Bhubaneswar
Saturday, March 7, 2026
Homeଓଡିଶାକୋର୍ଟରେ ନିଶାଙ୍କ ଆତ୍ମସମର୍ପଣ

କୋର୍ଟରେ ନିଶାଙ୍କ ଆତ୍ମସମର୍ପଣ

ବଲାଙ୍ଗିର: କୋର୍ଟରେ ନିଶା ମହାରଣାଙ୍କ ଆତ୍ମସମର୍ପଣ। ବଲାଙ୍ଗିର ଏସଡିଜେଏମ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି ନିଶା ମହାରଣା। ଅଶ୍ଳୀଳ ନୃତ୍ୟ ମାମଲାରେ କୋର୍ଟରେ ଆତ୍ମସମର୍ପଣ କଲେ। ବଲାଙ୍ଗିର ସଦର ପୋଲିସ ନିଶାଙ୍କ ନାଁରେ ମାମଲା ରୁଜୁ କରିଥିଲା। ସୂଚନାଯୋଗ୍ୟ, ବଲାଙ୍ଗିର ସଦର ଥାନା ଚନ୍ଦନଭାଟି ଗାଁରେ ଗତ ଡିସେମ୍ବର ୧୨ ତାରିଖ ରାତିରେ ନିଶା ମହାରଣା ଅଶ୍ଳୀଳ ନୃତ୍ୟ ପରିବେଷଣ ଦେଇଥିଲେ। ଡିସେମ୍ବର ୧୪ରେ ତତ୍କାଳୀନ ଚନ୍ଦନଭାଟି ଫାଣ୍ଡି ଅଧିକାରୀ ରଞ୍ଜିତ ପ୍ରଧାନ ଏନେଇ ବଲାଙ୍ଗିର ସଦର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ସଦର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଡିସେମ୍ବର ୧୫ରେ ଯାତ୍ରା କମିଟି ସଭାପତି ଓ ସମ୍ପାଦକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଗିରଫଦାରୀ ଭୟରେ ନିଶା ଉଚ୍ଚ ନ୍ୟାୟାଳୟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ। ଉଚ୍ଚ ନ୍ୟାୟାଳୟ ନିଶାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ ସହ ବଲାଙ୍ଗୀର ଏସଡିଜେଏମ କୋର୍ଟରେ ହାଜର ହେବା ପାଇଁ ନିଶାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଜି ଅପରାହ୍ନ ପ୍ରାୟ ୧ଟା ୪୫ରେ ନିଶା ନିଜ ଓକିଲଙ୍କ ସହ ବଲାଙ୍ଗିର ଏସଡିଜେଏମ କୋର୍ଟରେ ହାଜର ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking