18.1 C
Bhubaneswar
Monday, February 2, 2026
Homeଦେଶ ବିଦେଶଇତିହାସ ରଚିଲେ ନିର୍ମଳା ସୀତାରମଣ: ଲଗାତାର ୯ଥର ଉପସ୍ଥାପନ କଲେ ବଜେଟ୍

ଇତିହାସ ରଚିଲେ ନିର୍ମଳା ସୀତାରମଣ: ଲଗାତାର ୯ଥର ଉପସ୍ଥାପନ କଲେ ବଜେଟ୍

ନୂଆଦିଲ୍ଲୀ: ଭାରତର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରଚିଛନ୍ତି ଇତିହାସ । ଥରେ କି ୨ ଥର ନୁହେଁ, ଲଗାତାର ୯ଥର ଅର୍ଥମନ୍ତ୍ରୀ ଭାବେ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି। ଏବଂ ଆଙ୍କିଛନ୍ତି ସାରା ଦେଶର ବିକାଶ ଗ୍ରାଫ୍ । ଦେଶକୁ ଦେଇଛନ୍ତି ପ୍ରଗତିର ଗତି, ଜନତାଙ୍କ ପାଇଁ ଖୋଲିଛନ୍ତି ଉନ୍ନତିର ପଥ । ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬- ୨୭ ବର୍ଷ ପାଇଁ ଉପସ୍ଥାପନ କରୁଛନ୍ତି ସାଧାରଣ ବଜେଟ୍ । ୯ମ ଥର ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ଜଣେ ମହିଳା ଅର୍ଥମନ୍ତ୍ରୀ ଭାବେ ଏହା ତାଙ୍କର ରେକର୍ଡ । ସୀତାରମଣ ଭାରତର ପ୍ରଥମ ପୂର୍ଣ୍ଣକାଳୀନ ଅର୍ଥମନ୍ତ୍ରୀ । ତାଙ୍କ ପୂର୍ବରୁ ଇନ୍ଦିରା ଗାନ୍ଧୀ ୧୯୭୦ରେ ବଜେଟ୍ ଉପସ୍ଥାପନ କରିଥିଲେ । ସେ ସମୟରେ ଅର୍ଥମନ୍ତ୍ରୀ ମୋରାରଜୀ ଦେଶାଇ ଇସ୍ତଫା ଦେଇଥିବା କାରଣରୁ ତାଙ୍କୁ ବଜେଟ୍ ଉପସ୍ଥାପନ କରିବାକୁ ପଡ଼ିଥିଲା । ୨୦୧୯ରେ ନିର୍ମଳା ସୀତାରମଣ ଅର୍ଥମନ୍ତ୍ରୀ ଭାବେ ପଦ ସମ୍ଭାଳିଲେ । ଏବଂ ମୋଦୀ ସରକାରଙ୍କ ୧୫ ତମ ବଜେଟ୍ ଭିତରୁ ଲଗାତାର ୯ଟି ବଜେଟ୍ ନିର୍ମଳା ଉପସ୍ଥାପନ କରି ରେକର୍ଡ କରିଛନ୍ତି ।ତେବେ ନିର୍ମଳା ଯେ ସବୁଠାରୁ ଅଧିକ ଥର ବଜେଟ୍ ଉପସ୍ଥାପନ କରିଛନ୍ତି ତା’ ନୁହେଁ ତାଙ୍କ ପୂର୍ବରୁ ମଧ୍ୟ ଅନ୍ୟ ଅର୍ଥମନ୍ତ୍ରୀ ଏକାଧିକ ଥର ବଜେଟ୍ ଉପସ୍ଥାପନ କରିବାର ରେକର୍ଡ କରିଛନ୍ତି ।

ମୋରାରଜୀ ଦେସାଇ : ୧୦ ଥର ବଜେଟ୍ ଉପସ୍ଥାପନ କରିଥିବା ବେଳେ ପି ଚିଦାମ୍ବରମ୍ : ୯ଥର କରିଛନ୍ତି । ଏହାସହ ଦେଶର ସବୁଠାରୁ ଦୀର୍ଘ ବଜେଟ୍ ଭାଷଣ ଦେବାରେ ବି ନିର୍ମଳାଙ୍କର ରେକର୍ଡ ରହିଛି। ୨୦୨୦ରେ ସେ ଲଗାତାର ୨ ଘଣ୍ଟା ବଜେଟ୍ ଉପରେ ଭାଷଣ ଦେଇଥିଲେ ।୨୦୧୪ରୁ ୨୦୨୫ ଥିଲା ଭାରତ ବର୍ଷ ପାଇଁ ଅମୃତକାଳ । କାରଣ ଏହି ଅବଧି ଭିତରେ ଉପସ୍ଥାପିତ ହୋଇଥିବା ବଜେଟରେ ବିକାଶ, କଲ୍ୟାଣ, ଓ ସୁଧାର ଏହି ୩ଟି ଦିଗରେ ସନ୍ତୁଳନ ରକ୍ଷା କରି ବଜେଟ୍ ପ୍ରସ୍ତୁତ ହୋଇଥିଲା। ମୋଦୀ ସରକାରଙ୍କ ପ୍ରଥମ ବଜେଟ୍ ଯାହା ୨୦୧୪ରେ ହୋଇଥିଲା ସାଧାରଣ ଜନତାଙ୍କୁ ଟ୍ୟାକ୍ସ ଆଶ୍ବସ୍ତି ଦେବା ସହ ବୁନିଆଦି ଢାଞ୍ଚା ଉପରେ ଗୁରୁତ୍ବ ଦିଆଯାଇଥିଲା । ପୂର୍ବ ବଜେଟରେ ଆୟକର ଛାଡ଼ ସୀମାକୁ ବଢ଼ାଇ ୨.୫ ଲକ୍ଷ କରାଯାଇଥିଲା ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ୩ ଲକ୍ଷ ଯାଏଁ ଛାଡ଼ କରାଯାଇଥିଲା । ନିବେଶ ସୀମାକୁ ୧.୫ ଲକ୍ଷ ଯାଏଁ ବଢ଼ାଯାଇଥିଲା। ଏଥିରେ ଡିଜିଟାଲ ଇଣ୍ଡିଆ ଏବଂ ସ୍ବଚ୍ଛ ଭାରତ ଅଭିଯାନର ବି ମୂଳଦୁଆ ପଡ଼ିଥିଲା । ୨୦୧୬ରୁ ୨୦୧୯ରୁ ଯାଏଁ ବଜେଟରେ କୃଷି ଓ ଗ୍ରାମୀଣ ବିକାଶକୁ ଗୁରୁତ୍ବ ଦେଇଥିଲେ ସରକାର । ଚାଷୀଙ୍କ ଆୟକୁ ଦିଗୁଣା ବଢାଇାକୁ ଫୋକସ୍ ଦେଇଥିଲେ ମୋଦୀ ସରକାର । ୨୦୨୨-୨୩ରେ ପିଏମ୍ ଗତି ଶକ୍ତି ଯୋଜନା ହୋଇଥିଲା । ତେବେ ଏହା ପ୍ରଥମ ଥର ପାଇଁ ହେଉଛି ଯେବେ ରବିବାର ଛୁଟି ଥାଇ ବି ବଜେଟ୍ ଉପସ୍ଥାପନ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking