29.1 C
Bhubaneswar
Friday, September 27, 2024
Homeଅପରାଧନିଜ ବାପାଙ୍କୁ ଛୁରୀ ଭୁସି ହତ୍ୟା କଲା ନୃସଂଶ ପୁଅ

ନିଜ ବାପାଙ୍କୁ ଛୁରୀ ଭୁସି ହତ୍ୟା କଲା ନୃସଂଶ ପୁଅ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ବୁଲନ୍ଦସହରରେ ଘଟିଛି ଅଭାବନୀୟ ଘଟଣା । ସାମାନ୍ୟ ବଚସାରୁ ଜଣେ ନାବାଳକ ନିଜ ପିତାଙ୍କୁ ଛୁରୀ ଭୁସି ହତ୍ୟା କରିଛି। ମୃତକ ଉତ୍ତର ପ୍ରଦେଶ ପୁଲିସରେ ହେଡ୍‌ କନେଷ୍ଟବଳ (୪୮) ଭାବେ କାର୍ଯ୍ୟ କରୁଥିଲେ । ପୁଲିସ କହିବାନୁଯାୟୀ, ବାପା ପୁଅକୁ କାର୍‌ ଚାବି ଦେଇନଥିଲେ। ଏହି କଥାକୁ ନେଇ ନାବାଳକ (୧୫) ବାପାକୁ ଛୁରୀରେ ଆକ୍ରମଣ କରିଥିଲା। ଏହି ଅଭାବନୀୟ ଘଟଣା ବୁଲନ୍ଦସହରର ଯମୁନାପୁରମ କଲୋନୀର । ପୁଲିସ ସୂଚନାନୁଯାୟୀ, ଘଟଣା ଘଟିବା ପୂର୍ବରୁ ବାପା ଓ ପୁଅ ମଧ୍ୟରେ କାର୍‌ ଚାବିକୁ ନେଇ ବିବାଦ ହୋଇଥିଲା । ବାପାଙ୍କୁ ନାବାଳକ ପୁଅ କାର୍‌ ଚାବି ମାଗୁଥିଲା । ମାତ୍ର ସେ ଚାବି ଦେବାକୁ ମନା କରି ଦେଇଥିଲେ । ଫଳରେ ଉଭୟ ମଧ୍ୟରେ ବିବାଦ ହୋଇଥିଲା । ରାଗରେ ନାବାଳକ ରୋଷେଇ ଘରୁ ଛୁରୀ ଆଣି ନିଜ ବାପା ଉପରେ ଆକ୍ରମଣ କରିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ । ସେଠାରେ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ନୋଏଡା ସ୍ଥାନାନ୍ତର କରାଯାଇଥିଲା ।ମାତ୍ର ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣା ଜଣାପଡିବା ପରେ ପରିବାର ସହ ସ୍ଥାନୀୟ ଲୋକେ ସ୍ତବ୍ଧ ହୋଇ ଯାଇଛନ୍ତି । ପୁଲିସ ନାବାଳକକୁ ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking