27.1 C
Bhubaneswar
Wednesday, March 18, 2026
Homeଖେଳଫାଇନାଲରେ ନିରଜ ଚୋପ୍ରା

ଫାଇନାଲରେ ନିରଜ ଚୋପ୍ରା

ପ୍ୟାରିସ୍ : ଫାଇନାଲରେ ନିରଜ ଚୋପ୍ରା । ଜାଭେଲିନ୍ ଥ୍ରୋରେ ଭାରତୀୟ ଖେଳାଳି ନୀରଜ ଚୋପ୍ରା ପୁଣି ଥରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ସେ ପ୍ରଥମ ଥ୍ରୋ ୮୯.୩୪ ମିଟର ଦୂରକୁ ଫିଙ୍ଗିଛନ୍ତି। ଏହା ସହିତ ସେ ଫାଇନାଲରେ ପହଞ୍ଚିଛନ୍ତି। ଚଳିତ ସିଜିନରେ ଏହା ହେଉଛି ନୀରଜଙ୍କ ସର୍ବୋତ୍ତମ ପ୍ରଦର୍ଶନ।
ଏହା କ୍ଲାଲିଫାଏ କରିବା ପାଇଁ ଥିବା ସର୍ବନିମ୍ନ ଯୋଗ୍ୟତା ୮୪ ମିଟରଠାରୁ ବହୁ ଅଧିକ। ଏହା ସହିତ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଆଣିବାର ଆଶା‌କୁ ନୀରଜ ଉଦ୍‌ଜୀବିତ କରିଛନ୍ତି। ଫାଇନାଲରେ ମଧ୍ୟ ତାଙ୍କଠାରୁ ସମାନ ପ୍ରଦର୍ଶନ ଆଶା କରାଯାଉଛି। ପାକିସ୍ତାନର ପ୍ରତିଦ୍ୱନ୍ଦ୍ୱୀ ଅର୍ଶଦ ନାଦିମ ମଧ୍ୟ ପ୍ରଥମ ପ୍ରୟାସରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ୮୬.୫୯ ମିଟର ଥ୍ରୋ କରିଥିଲେ। ସେ ମଧ୍ୟ ଫାଇନାଲରେ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ନୀରଜଙ୍କ ପରି ଏହା ମଧ୍ୟ ଅର୍ଶଦଙ୍କର ସିଜିନର ସର୍ବୋତ୍ତମ ଥ୍ରୋ ଥିଲା । ଏହା ସହିତ ଶ୍ରେଷ୍ଠ ୧୨ ଆଥଲେଟ୍ ମଧ୍ୟ ପଦକ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking