ଭୁବନେଶ୍ୱର: ଭଙ୍ଗାଯିବ ବର୍ତ୍ତମାନର ନଅ ତାଲା, ସେଚ ସଦନ ଓ ରାଜୀବ ଭବନ । ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି ଯେ ଏସବୁ କୋଠାଗୁଡିକ ବିପଦ ସଙ୍କୁଳ ବୋଲି ଘୋଷଣା ହୋଇସାରିଛି । ତିନୋଟି ପର୍ଯ୍ୟାୟରେ ନିର୍ମାଣ ହେବ ନୂତନ ଲୋକସେବା ଭବନ । ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ଲୋକସେବା ଭବନର ମୁଖ୍ୟ ଅଫିସ୍ । ଖାରବେଳ ଭବନ ନିକଟରେ ନିର୍ମାଣ ହେବ ମୁଖ୍ୟ ଅଫିସ୍ । ପାୱାର ହାଉସ୍ ଛକକୁ ଲାଗି ଏଡିଏମ ଓ ଓଏସଇପିଏ ଅଫିସ୍ ନିର୍ମାଣ ହେବ ।










