25.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶନିଜ୍ଜର ହତ୍ୟାକାଣ୍ଡ ମାମଲା; ୪ ଭାରତୀୟ ଅଭିଯୁକ୍ତଙ୍କୁ ଜାମିନ

ନିଜ୍ଜର ହତ୍ୟାକାଣ୍ଡ ମାମଲା; ୪ ଭାରତୀୟ ଅଭିଯୁକ୍ତଙ୍କୁ ଜାମିନ

ଓଟାୱା: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ହତ୍ୟା ମାମଲାରେ ଗିରଫ ହୋଇଥିବା ୪ ଭାରତୀୟ ଅଭିଯୁକ୍ତଙ୍କୁ କାନାଡାର ଏକ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଏଥିସହ ଏହି ମାମଲାର ଶୁଣାଣି ବ୍ରିଟିଶ କଲମ୍ବିଆ ସୁପ୍ରିମକୋର୍ଟକୁ ସ୍ଥାନାନ୍ତରିତ କରାଯାଇଛି। ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୧୧ରେ ହେବ ବୋଲି ତାରିଖ ଧାର୍ଯ୍ୟ କରାଯାଇଛି। ପ୍ରକାଶ, ୨୦୨୩ ଜୁନ୍‌ରେ ବ୍ରିଟିଶ କଲମ୍ବିଆର ସରେ ଠାରେ ହରଦୀପ ସିଂ ନିଜ୍ଜରକୁ ହତ୍ୟା କରାଯାଇଥିଲା । ମେ, ୨୦୨୪ରେ ଏହି ହତ୍ୟା ଘଟଣାରେ ୪ ଅଭିଯୁକ୍ତ କରଣ ବ୍ରାର, କମଲପ୍ରୀତ ସିଂହ, କରନପ୍ରୀତ ସିଂହ ଓ ଅମନଦୀପ ସିଂହଙ୍କୁ ରୟାଲ କାନାଡିଆନ୍ ମାଉଣ୍ଟେଡ୍ ପୁଲିସ୍ ଟିମ୍ ଗିରଫ କରିଥିଲା। ଏହି ୪ ଭାରତୀୟଙ୍କ ବିରୋଧରେ ଫାଷ୍ଟ ଡିଗ୍ରୀ ହତ୍ୟା ଏବଂ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗ ହୋଇଥିଲା। ଏହାକୁ ନେଇ ନିଜ୍ଜର ହତ୍ୟା ମାମଲାରେ ଭାରତ ସରକାରଙ୍କ ମଧ୍ୟ ସମ୍ପୃକ୍ତି ରହିଥିବା କାନାଡା ସରକାର ଅଭିଯୋଗ କରିଥିଲେ। କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡେୟୁ ଭାରତକୁ ଏହି ଘଟଣାରେ ଦୋଷାରୋପ କରିବା ପରେ ଏହି ଘଟଣା ବିଶ୍ୱବ୍ୟାପୀ ଚର୍ଚ୍ଚାର କେନ୍ଦ୍ର ପାଲଟିଲା। ହେଲେ ଭାରତ ସରକାର ଏ ପ୍ରସଙ୍ଗରେ କାନାଡା ସରକାରକୁ ସମାଲୋଚନା କରିବା ସହ ଏଭଳି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଥିଲେ। କିନ୍ତୁ ଏହି ହତ୍ୟାକାଣ୍ଡକୁ ନେଇ ଭାରତ ଓ କାନାଡା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ଖରାପ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking