21.1 C
Bhubaneswar
Wednesday, December 17, 2025
Homeଦେଶ ବିଦେଶକର୍ଣ୍ଣାଟକ ସରକାରଙ୍କ ନିଷ୍ପତ୍ତି; ରାତ୍ରୀ ୧ଟା ପର୍ଯ୍ୟନ୍ତ କ୍ଲବ, ହୋଟେଲ, ବାର ଏବଂ ରେଷ୍ଟୁରାଣ୍ଟ ଖୋଲା

କର୍ଣ୍ଣାଟକ ସରକାରଙ୍କ ନିଷ୍ପତ୍ତି; ରାତ୍ରୀ ୧ଟା ପର୍ଯ୍ୟନ୍ତ କ୍ଲବ, ହୋଟେଲ, ବାର ଏବଂ ରେଷ୍ଟୁରାଣ୍ଟ ଖୋଲା

ବାଙ୍ଗାଲୁର : ବାଙ୍ଗାଲୁରୁରେ ନାଇଟ୍ ଲାଇଫ୍ ବୃଦ୍ଧିରେ କର୍ଣ୍ଣାଟକ ସରକାର ହୋଟେଲ, ଦୋକାନ, ବାର୍ ଏବଂ ଲାଇସେନ୍ସପ୍ରାପ୍ତ ପ୍ରତିଷ୍ଠାନଗୁଡିକର ସମୟସୀମାକୁ ପ୍ରତିଦିନ ରାତ୍ରୀ ୧ଟା ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପଦକ୍ଷେପ ସରକାରଙ୍କ ପାଇଁ ମହତ୍ୱପୂର୍ଣ ରାଜସ୍ୱ ସୃଷ୍ଟି କରିବ ବୋଲି ଆଶା କରାଯାଉଛି, ଯାହା ବର୍ଷକୁ ପ୍ରାୟ ୫୫,୦୦୦ କୋଟି ଟଙ୍କା ବ୍ୟୟ ଲାଗୁ କରିବାକୁ ଚାପରେ ରହିଛି। ଜୁଲାଇ ୨୯ ତାରିଖ ଦିନ ରାଜ୍ୟ ନଗର ଉନ୍ନୟନ ବିଭାଗ ଦ୍ୱାରା ଜାରି କରାଯାଇଥିବା ଆଦେଶ ବ୍ରୁହାଟ ବେଙ୍ଗାଲୁରୁ ମହାନଗର ପାଲିକେ (ବିବିଏମ୍‌ପି) ଅଧୀନରେ ଥିବା ପ୍ରତିଷ୍ଠାନଗୁଡିକ ପାଇଁ ପ୍ରଯୁଜ୍ୟ ଅଟେ, ଯାହା ସେମାନଙ୍କୁ ରାତ୍ରୀ ୧ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ ନିର୍ଦ୍ଦେଶ ଜାରି ହୋଇଛି।

ବିଜ୍ଞପ୍ତିରେ ଦର୍ଶାଯାଇଛି ବାଙ୍ଗାଲୁରୁର କ୍ଲବ, ହୋଟେଲ, ବାର ଏବଂ ରେଷ୍ଟୁରାଣ୍ଟଗୁଡ଼ିକ ପ୍ରତିଦିନ ରାତ୍ରୀ ୧ଟା ପର୍ଯ୍ୟନ୍ତ ଖାଦ୍ୟ ଏବଂ ମଦ ପରିବେଷଣ କରିପାରିବେ। ଆଦେଶ ଅନୁଯାୟୀ, ସିଏଲ୍‌-୪ (କ୍ଲବଗୁଡିକୁ ଲାଇସେନ୍ସ), ସିଏଲ୍‌-୬ (ଏ) (ଷ୍ଟାର ହୋଟେଲ ଲାଇସେନ୍ସ), ସିଏଲ୍‌-୭ (ହୋଟେଲ ଏବଂ ବୋର୍ଡିଂ ହାଉସ୍ ଲାଇସେନ୍ସ), ଏବଂ ସିଏଲ୍‌-୭ଡି (ହୋଟେଲ ଏବଂ ବୋର୍ଡିଂ ହାଉସ୍ ଲାଇସେନ୍ସ) ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିର) ଲାଇସେନ୍ସଧାରୀମାନେ ସକାଳ ୯ ଟାରୁ ରାତ୍ରୀ ୧ଟା ପର୍ଯ୍ୟନ୍ତ ବ୍ୟବସାୟ ପରିଚାଳନା କରିପାରିବେ । ଯେଉଁମାନେ ସିଏଲ୍‌-୯ (ରେଷ୍ଟୁରାଣ୍ଟ, ବାର୍‌) ଲାଇସେନ୍ସ ସହିତ ସକାଳ ୧୦ ଟାରୁ ରାତ୍ରୀ ୧ଟା ପର୍ଯ୍ୟନ୍ତ ଖୋଲି ପାରିବେ।

ବ୍ରୁହାଟ ବାଙ୍ଗାଲୋର ହୋଟେଲ ଆସୋସିଏସନର ସଭାପତି ପିସି ରାଓ କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ କେବଳ କମିଶନଙ୍କ ସୀମା ମଧ୍ୟରେ ଥିବା ବାର ଏବଂ ରେଷ୍ଟୁରାଣ୍ଟଗୁଡିକ ରାତ୍ରୀ୧ ଟା ପର୍ଯ୍ୟନ୍ତ ଖୋଲା ରହିବ। ବର୍ତ୍ତମାନ, ବିବିଏମ୍‌ପି ସୀମା ମଧ୍ୟରେ ଥିବା ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ରାତ୍ରୀ ୧ ଟା ପର୍ଯ୍ୟନ୍ତ ଖୋଲା ରହିବ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ତାଙ୍କ ୨୦୨୪-୨୦୨୫ ବଜେଟ୍ ଭାଷଣରେ ଘୋଷଣା କରିଛନ୍ତି ଯେ ବାଙ୍ଗାଲୁରୁ ଏବଂ ଅନ୍ୟ ୧୦ ଟି ନିଗମ ଅଞ୍ଚଳରେ ରାତ୍ରୀ ୧ଟା ପର୍ଯ୍ୟନ୍ତ ଦୋକାନ ଏବଂ ପ୍ରତିଷ୍ଠାନ ଖୋଲିବାକୁ ଅନୁମତି ଦିଆଯିବ। ତଥାପି, ଏହି ବିଜ୍ଞପ୍ତି କେବଳ ବିବିଏମ୍‌ପି ସୀମା ଅଧିନରେ ହୋଇଥିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking