17.1 C
Bhubaneswar
Sunday, February 8, 2026
Homeଓଡିଶାଅକ୍ଟୋବର ୨୧ ପର୍ଯ୍ୟନ୍ତ ବାଲେଶ୍ୱରରେ ରାତ୍ରିକାଳୀନ କଟକଣା

ଅକ୍ଟୋବର ୨୧ ପର୍ଯ୍ୟନ୍ତ ବାଲେଶ୍ୱରରେ ରାତ୍ରିକାଳୀନ କଟକଣା

ବାଲେଶ୍ୱର: ବାଲେଶ୍ୱର ସହରରେ ଲାଗିଲା ରାତ୍ରୀକାଳୀନ କଟକଣା। ରାତି ୧୦ଟାରୁ ସକାଳ ୬ଟା ଯାଏଁ  ବନ୍ଦ ରହିବ ସବୁ ଦୋକାନ ବଜାର । ଏହି କଟକଣା ଅକ୍ଟୋବର ୨୧ ଯାଏଁ  ବଳବତ୍ତର ରହିବ। ସହରରେ ଆଇନଶୃଙ୍ଖଳା ପରିସ୍ଥିତି  ନିୟନ୍ତ୍ରଣରେ ରଖିବାକୁ ଏଭଳି ପଦକ୍ଷେପ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ସହରରେ  କିଛି ଦୋକାନ ଖୋଲା ରହୁଥିବା ଓ ଏକାଧିକ ଲୋକ ଉପସ୍ଥିତ ରହୁଥିବାନେଇ ଜିଲ୍ଲା ପ୍ରଶାସନ ନଜରକୁ ଆସିଥିଲା। ଏଣୁ ଏହାକୁ ଦୃଷ୍ଟିରେ ରଖି ରାତ୍ରିକାଳୀନ କଟକଣା କରାଯାଇଛି। ସୂଚନାଥାଉକି,  ଗତକାଲି ରାଉରକେଲା  ରଘୁନାଥପଲ୍ଲୀ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଟ୍ରେନ ଲାଇନ ପାର୍ଶ୍ୱରେ ଜଣେ ଯୁବତୀଙ୍କୁ ଗଣବଳାତ୍କାର କରାଯାଇଥିବା ନେଇ ରଘୁନାଥପଲ୍ଲୀଥାନାରେ ଅଭିଯୋଗ ହୋଇଛି।ଅଭିଯୋଗ ଅନୁସାରେ ଘଟଣାସ୍ଥଳରେ ପହଞ୍ଚି ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।  ତେବେ ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ଦାବି ରହିଛି । ତେବେ ପୀଡିତାଙ୍କୁ କିଏ ଓ କାହିଁକି ଗଣଦୁଷ୍କର୍ମ କରିଲେ ତାହା ଏଯାଏଁ ଜଣାପଡିନାହିଁ । ପୋଲିସ ତଦନ୍ତ ଆରମ୍ଭ କରିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking