18.1 C
Bhubaneswar
Friday, January 16, 2026
Homeଓଡିଶାଡିଇପିଏମ୍‌ଓଏସ୍‌ ପ୍ରକଳ୍ପ ପାଇଁ ଏନ୍‌ଆଇସି-ଓଡ଼ିଶା ପୁରସ୍କୃତ

ଡିଇପିଏମ୍‌ଓଏସ୍‌ ପ୍ରକଳ୍ପ ପାଇଁ ଏନ୍‌ଆଇସି-ଓଡ଼ିଶା ପୁରସ୍କୃତ

ଭୁବନେଶ୍ଵର: ରପ୍ତାନି ପ୍ରୋତ୍ସାହନ ଏବଂ ବିପଣନ ନିର୍ଦ୍ଦେଶାଳୟର ଅନଲାଇନ୍‌ ସେବା (ଡିଇପିଏମ୍‌ଓଏସ୍‌) ପ୍ରକଳ୍ପ ପାଇଁ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର (ଏନ୍‌ଆଇସି-ଓଡ଼ିଶା)କୁ “ଡିଜିଟାଲ୍ ଇନିସିଏଟିଭ୍ ଆୱାର୍ଡ” ସମ୍ମାନ ମିଳିଛି । ନୂଆଦିଲ୍ଲୀଠାରେ ଆୟୋଜିତ ଷଷ୍ଠ ଡିଜିଟାଲ୍‌ ଟ୍ରାନ୍ସଫର୍ମେସନ୍‌ ସମିଟ୍‌ ରେ ‘ଗ୍ରାମୀଣ ସଂଯୋଗ ଏବଂ ଡିଜିଟାଲ୍‌ ସେବା ସୁନିଶ୍ଚିତ ପାଇଁ ଆଜି ଏନ୍‌ଆଇସି-ଓଡ଼ିଶା ପୁରସ୍କୃତ ହୋଇଛି । ଏନଆଇସି-ଓଡ଼ିଶାର ନିର୍ଦ୍ଦେଶକ (ଆଇଟି) ଶ୍ରୀ ମହମ୍ମଦ ମୁଜିବୁଲ୍ଲା ଖାନ, ଉପ-ନିର୍ଦ୍ଦେଶକ (ଆଇଟି) ଶ୍ରୀ ସୁଧାଂଶୁ କୁମାର ମହାପାତ୍ର ଏବଂ ରପ୍ତାନି ପ୍ରୋତ୍ସାହନ ଏବଂ ବିପଣନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ସଂଜୟ କୁମାର ମିଶ୍ର ଏହି ପୁରସ୍କାର ଗ୍ରହଣ କରିଥିଲେ । ଏହି ସମ୍ମାନ ଡିଜିଟାଲ୍ ଶାସନ କ୍ଷେତ୍ରରେ ନବସୃଜନ ଓ ପରିବର୍ତ୍ତନର ଏକ ବଳିଷ୍ଠ ପ୍ରମାଣ । ସୂଚନାଯୋଗ୍ୟ ଯେ, ଡିଇପିଏମ୍‌ଓଏସ୍‌ ହେଉଛି ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏକ ଇ-ଗଭର୍ଣ୍ଣାନ୍ସ ପଦକ୍ଷେପ । ଏମ୍‌ଏସ୍‌ଏମ୍‌ଇ ବିଭାଗ ଅଧୀନ ରପ୍ତାନି ପ୍ରୋତ୍ସାହନ ଏବଂ ବିପଣନ ନିର୍ଦ୍ଦେଶାଳୟ ଦ୍ୱାରା ପ୍ରଦାନ କରାଯାଇଥିବା ସେବାଗୁଡ଼ିକୁ ଡିଜିଟାଇଜ୍‌ ଏବଂ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟରେ ଏନ୍‌ଆଇସି-ଓଡ଼ିଶା ଏହି ପ୍ରକଳ୍ପକୁ ବିକଶିତ ଏବଂ କାର୍ଯ୍ୟକାରୀ କରିଛି । ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରଗୁଡ଼ିକୁ ସେବା ପ୍ରଦାନରେ ଏହି ପ୍ରକଳ୍ପ ଉଲ୍ଲେଖନୀୟ ଉନ୍ନତି ଆଣିଛି । କାର୍ଯ୍ୟକାରୀ ସମୟ ହ୍ରାସ ସହ ବିପଣନ ଓ କ୍ରୟ ପ୍ରକ୍ରିୟାରେ ସ୍ୱଚ୍ଛତା ବୃଦ୍ଧି ପାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking