20.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶଏନ୍‌ଆଇଏର ବଡ଼ ଖୁଲାସା: ଟାର୍ଗେଟ୍‌ରେ ୧୫ ସ୍ଥାୟୀବାସିନ୍ଦା

ଏନ୍‌ଆଇଏର ବଡ଼ ଖୁଲାସା: ଟାର୍ଗେଟ୍‌ରେ ୧୫ ସ୍ଥାୟୀବାସିନ୍ଦା

ନୂଆଦିଲ୍ଲୀ: ପହଲଗାମରେ ହୋଇଥିବା ଆକ୍ରମଣର ତଦନ୍ତରେ ଏକ ନୂତନ ମୋଡ଼ ଆସିଛି । ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍‌ଆଇଏ) ଏହି ଘଟଣାରେ ଏକ ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରିଛି । ଏଥିରେ ପହଲଗାମ୍‌କୁ ଆସିଥିବା ଆତଙ୍କବାଦୀମାନଙ୍କୁ ୧୫ଜଣ ସ୍ଥାନୀୟ ଲୋକ ସାହାଯ୍ୟ କରିଥିବା ଦର୍ଶାଯାଇଛି । ଏମାନେ ସମସ୍ତେ କାଶ୍ମୀର ଉପତ୍ୟକାର ବାସିନ୍ଦା ହୋଇଥିବା ବେଳେ ଏମାନେ ଆକ୍ରମଣକାରୀଙ୍କୁ ଲଜିଷ୍ଟିକ୍ସ ଏବଂ ଅସ୍ତ୍ରଶସ୍ତ୍ର ଯୋଗାଇବାରେ ସାହାଯ୍ୟ କରିଥିଲେ । କେବଳ ସେତିକି ନୁହେଁ ସେମାନେ ସୀମା ଆରପଟୁ ଆସିଥିବା ଆତଙ୍କବାଦୀମାନଙ୍କୁ ଜଙ୍ଗଲ ମଧ୍ୟରେ ବାଟ ମଧ୍ୟ ଦେଖାଇବାରେ ସାହାଯ୍ୟ କରିଥିଲେ । ଏହି ଅସ୍ତ୍ରଶସ୍ତ୍ରଗୁଡ଼ିକ ପାକିସ୍ତାନରୁ ସେମାନଙ୍କ ପାଖକୁ ଆସିଥିବା ବେଳେ ଆତଙ୍କବାଦୀମାନେ ପ୍ରଥମେ ଏଠାକୁ ଖାଲିହାତରେ ଆସିଥିବା ଏବଂ ପରେ ଏମାନଙ୍କ ଠାରୁ ସେସବୁକୁ ନେଇଥିବା ଅନୁମାନ କରାଯାଉଛି । ସବୁଠୁ ବଡ଼କଥା ହେଉଛି ଆତଙ୍କବାଦୀମାନେ ପ୍ରାୟ ୨୦/୨୨ କିମି ଚାଲିଚାଲି ପହଲଗାମକୁ ଆସିଥିବା ଜଣାପଡିଛି ।

ଇଲେକ୍ଟ୍ରୋନିକ୍ ନିରୀକ୍ଷଣ ଆଧାରରେ ଏହି ତଥ୍ୟ ସାମ୍ନାକୁ ଆସିଛି । ପ୍ରକାଶ, ଏହି ୧୫ଜଣଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୩ଜଣ ଗିରଫ ହୋଇସାରିଛନ୍ତି । ସେହିପରି ଜମ୍ମୁ କାଶ୍ମୀର ପୁଲିସ ୫ଜଣ ସନ୍ଦିଗ୍ଧ ଏବଂ ୨୦୦ ଜଣ ଓଜିଡବ୍ଲ୍ୟୁ (ଓଭର ଗ୍ରାଉଣ୍ଡ ୱାର୍କର)ଙ୍କୁ ପଚରାଉଚରା କରୁଛି । ପହଲଗାମ ଆକ୍ରମଣ ଦିନ ଏହି ସନ୍ଦିଗ୍ଧ ବ୍ୟକ୍ତିମାନେ ଘଟଣାସ୍ଥଳ ନିକଟରେ ଥିଲେ । ସେମାନଙ୍କ ଫୋନଗୁଡ଼ିକ ମଧ୍ୟ ସେହି ଅଞ୍ଚଳରେ ସକ୍ରିୟ ଥିଲା ବୋଲି ଏନ୍‌ଆଇଏ ଜାଣିବାକୁ ପାଇଛି । ବାସ୍ତବରେ ଉପତ୍ୟକାର ୩ ବ୍ୟକ୍ତିଙ୍କ ମୋବାଇଲ୍‌ରେ ହୋଇଥିବା ଏକ ଚାଟ୍ ସାମ୍ନାକୁ ଆସିଛି । ଏଥିରେ ଧରାପଡ଼ିଥିବା ତିନି ଜଣ ସନ୍ଦିଗ୍ଧ ବ୍ୟକ୍ତି ନିଜ ନିଜ ମଧ୍ୟରେ କଥାବାର୍ତ୍ତା ହେଉଥିବା ବେଳେ ସେମାନେ ପହଲଗାମରେ ଉପସ୍ଥିତ ପାକିସ୍ତାନୀ ଆତଙ୍କବାଦୀଙ୍କୁ \”ସହାୟତା’ କରିବା ବିଷୟରେ କଥା ହେଉଥିଲେ । ୧୫ ସନ୍ଦିଗ୍ଧଙ୍କ ମଧ୍ୟରୁ ୫ଜଣ ମୁଖ୍ୟତଃ ବେଶ୍ ସକ୍ରିୟ ଭାବେ ଆତଙ୍କବାଦୀଙ୍କୁ ସାହାଯ୍ୟ କରିଥିବା ଜଣାପଡିଛି । ପ୍ରକାଶ, ସୂତ୍ର ଅନୁଯାୟୀ, ସୁରକ୍ଷା ବାହିନୀ ବୈସାରନ ଆଖପାଖ ଜଙ୍ଗଲକୁ ପଳାଇଯାଇଥିବା ଆତଙ୍କବାଦୀମାନଙ୍କୁ ଖୋଜୁଛନ୍ତି । ନିକଟବର୍ତ୍ତୀ ସହର ଏବଂ ଜିଲ୍ଲାଗୁଡ଼ିକରେ ଖୋଜାଖୋଜି ସତ୍ତ୍ୱେ, ଆକ୍ରମଣକାରୀଙ୍କ ପତ୍ତା ମିଳିନାହିଁ । ତେଣୁ, ସେମାନେ ଘନ ଜଙ୍ଗଲରେ ଲୁଚି ରହିଥିବା ସନ୍ଦେହ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking