ନୂଆଦିଲ୍ଲୀ: ବିମାନ ଦୁର୍ଘଟଣାରେ ଅହମ୍ମଦାବାଦରେ ଏନଆଇଏ ଟିମ ପହଞ୍ଚିଛନ୍ତି । ଦୁର୍ଘଟଣାସ୍ଥଳ ପରିଦର୍ଶନ କଲା ଏନଆଇଏ ଟିମ । ଅନ୍ୟ କେନ୍ଦ୍ରୀୟ ଏଜେନ୍ସି ସହ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ତଦନ୍ତରେ ସହେଯାଗ ପାଇଁ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ସୂଚନା ଥାଉ କି, ଆଜି ସକାଳେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଘଟଣାସ୍ଥଳକୁ ଯାଇଥିଲେ ଏବଂ ଆହତ ମାନଙ୍କୁ ଭେଟିଥିଲେ । ଏହା ସହ ବଞ୍ଚିଥିବା ଏକମାତ୍ର ଯାତ୍ରୀଙ୍କ ସହ କଥା ହୋଇଥିଲେ ।