ନୂଆଦିଲ୍ଲୀ: ପାକ୍ ଗୁଇନ୍ଦାଙ୍କୁ ଖୋଜୁଛି ଏନଆଇଏ । ଦେଶବିରୋଧୀ ତତ୍ତ୍ବଙ୍କୁ ଖୋଜି ବାହାର କରିବା ପାଇଁ ବଡ଼ ଅପରେସନ । ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ଦ୍ବାରା ଦେଶବ୍ୟାପୀ ବଡ଼ ଧରଣର ଚଢ଼ାଉ ଚାଲିଛି । ୮ ରାଜ୍ୟରେ ଏନଆଇଏ ଟିମ୍ ଛାନଭିନ୍ ଚଳାଇଛି । ଜାତୀୟ ତଦନ୍ତ ସଂସ୍ଥା ପାକିସ୍ତାନ ପାଇଁ ଗୁଇନ୍ଦାଗିରି ମାମଲାରେ ୮ଟି ରାଜ୍ୟର ୧୫ଟି ସ୍ଥାନରେ ବଡ଼ ଧରଣର ତଲାସୀ ଅଭିଯାନ ଚଳାଇଛି । ଦିଲ୍ଲୀ, ମହାରାଷ୍ଟ୍ରର ମୁମ୍ବାଇ, ହରିୟାଣା, ଉତ୍ତରପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ଆସାମ ଏବଂ ପଶ୍ଚିମବଙ୍ଗରେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଘର ଓ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ ଜାରି ରହିଛି ।










