25.1 C
Bhubaneswar
Thursday, February 5, 2026
Homeଓଡିଶାଗଞ୍ଜାମ ଗୋପାଳପୁର ବେଳାଭୂମିରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

ଗଞ୍ଜାମ ଗୋପାଳପୁର ବେଳାଭୂମିରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମିରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି) ନିଜ ଆଡ଼ୁ ହସ୍ତକ୍ଷେପ କରିଛନ୍ତି। ଗତ ୧୫ ତାରିଖରେ ଗୋପାଳପୁର ବେଳାଭୂମିରେ ଜନୈକା ୨୦ ବର୍ଷୀୟା ଛାତ୍ରୀଙ୍କୁ ୧୦ ଜଣ ପୁରୁଷ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପୀଡ଼ିତା ତାଙ୍କର ପୁରୁଷ ବନ୍ଧୁଙ୍କ ସହ ବେଳାଭୂମିକୁ ଯାଇଥିବା ସମୟରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଅପରାଧୀମାନେ ପୁରୁଷ ବନ୍ଧୁଙ୍କୁ ବଳପୂର୍ବକ ଧରି ପୀଡ଼ିତାଙ୍କର ଯୌନ ଉତ୍ପୀଡ଼ନ କରିଥିଲେ।

ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ଏହାକୁ ଏକ ଗମ୍ଭୀର ମାନବାଧିକାର ଉଲ୍ଲଂଘନ ଭାବେ ଆୟୋଗ ଗ୍ରହଣ କରିଛନ୍ତି। ଏ ସଂକ୍ରାନ୍ତରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ପୁଲିସ ମହାନିର୍ଦ୍ଦେଶକଙ୍କୁ ଆୟୋଗ ନୋଟିସ୍ ଜାରି କରି ଦୁଇ ସପ୍ତାହ ମଧ୍ୟରେ ବିସ୍ତୃତ ରିପୋର୍ଟ ଦେବାକୁ କହିଛନ୍ତି। ଏଥିସହିତ ମାମଲାର ତଦନ୍ତ ସ୍ଥିତି, ପୀଡ଼ିତାଙ୍କର ସ୍ୱାସ୍ଥ୍ୟ ଏବଂ ତାଙ୍କୁ ଦିଆଯାଇଥିବା କ୍ଷତିପୂରଣ/ପରାମର୍ଶ ସମ୍ପର୍କରେ ସୂଚନା ରିପୋର୍ଟରେ ସାମିଲ କରିବାକୁ କହିଛନ୍ତି। ୧୬ ଜୁନ୍ ୨୦୨୫ରେ ପ୍ରକାଶିତ ଗଣମାଧ୍ୟମ ରିପୋର୍ଟ ମୁତାବକ, ପୀଡ଼ିତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବ୍ରହ୍ମପୁରର ଏମକେସିଜି ମେଡ଼ିକାଲ କଲେଜ ଏବଂ ହସ୍ପିଟାଲକୁ ପଠାଯାଇଥିଲା। ପୁଲିସ ଏହି ମାମଲାରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking