27.1 C
Bhubaneswar
Sunday, October 20, 2024
Homeଅପରାଧଶ୍ରୀମନ୍ଦିର ପାଖରେ ଆତଙ୍କରାଜ, ବିଚ୍ ରାସ୍ତା ଉପରେ ହାଣିଲେ ଦୁବୃର୍ତ୍ତ

ଶ୍ରୀମନ୍ଦିର ପାଖରେ ଆତଙ୍କରାଜ, ବିଚ୍ ରାସ୍ତା ଉପରେ ହାଣିଲେ ଦୁବୃର୍ତ୍ତ

ପୁରୀ: ଶ୍ରୀମନ୍ଦିରରେ ନିଷିଦ୍ଧ ରାବିଡ଼ି ବିକ୍ରିକୁ ନେଇ ହଣାକଟା ଆନନ୍ଦବଜାର ବରିଷ୍ଠ ସୁପରଭାଇଜର ବକ୍ସି ରାମଚନ୍ଦ୍ର ପଢ଼ିଆରୀଙ୍କୁ ଜଣେ ଅଣସେବାୟତ ଏକ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା ଉଦ୍ୟମ କରିଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ଶ୍ରୀମନ୍ଦିରରୁ ଡ୍ୟୁଟି ସାରି ପଶ୍ଚିମଦ୍ୱାର ଦେଇ ବାହାରି ଘରକୁ ଫେରୁଥିବା ସମୟରେ ପରିକ୍ରମା ପ୍ରକଳ୍ପ ଭିତରେ ଶ୍ରୀ ପଢ଼ିଆରୀଙ୍କୁ ଏଭଳି ଆକ୍ରମଣ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ନିମନ୍ତେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ଏସ୍‌ସିବିରେ ଭର୍ତ୍ତି କରାଯାଇଛି। ଖବର ପାଇ ଜିଲ୍ଲାପାଳ ସିଦ୍ଧାର୍ଥ ସ୍ୱାଇଁ ଡାକ୍ତରଖାନାରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଛନ୍ତି। ଏହି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ଗଣମାଧ୍ୟମକୁ କହିଛନ୍ତି। ଅପରପକ୍ଷେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ଘଟଣାକୁ ଗୁରୁତ୍ୱର ସହ ନେଇ କଡ଼ା ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଡ. ପାଢ଼ୀ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ଆହତ ଶ୍ରୀ ପଢ଼ିଆରୀଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ଆନନ୍ଦବଜାର ଶୃଙ୍ଖଳା ବ୍ୟବସ୍ଥାର ଅସନ୍ତୋଷ ଓ ରାବିଡ଼ି ବିକ୍ରି ପାଇଁ ବାରଣ ଆକ୍ରମଣର ପ୍ରମୁଖ କାରଣ ବୋଲି ସେବାୟତମାନେ କହିଛନ୍ତି। ଦୁର୍ବୃତ୍ତ ଜଣକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking