ଗଞ୍ଜାମ : ଘର ଭିତରୁ ନବବଧୂର ମୃତଦେହ ଉଦ୍ଧାର କରାଯାଇଛି । ଖଲ୍ଲିକୋଟ ଥାନା ନୂତନ ଗୁରୁଣ୍ଠି ଗାଁରେ ବଧୂ ହତ୍ୟା ଅଭିଯୋଗ ହୋଇଛି । ବେକରେ ରକ୍ତ ଲାଗିଥିବାରୁ ବାପଘର ପକ୍ଷରୁ ହତ୍ୟା ଅଭିଯୋଗ କରିଛନ୍ତି । ଯୌତୁକ ପାଇଁ ଶ୍ୱଶୁର ଘର ଲୋକ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଝିଅର ନ୍ୟାୟ ଦାବିରେ ଘର ଆଗରେ ପରିବାର ଲୋକ ଧାରଣା ଧରି ବସିଛନ୍ତି । ତେବେ ଶ୍ୱଶୁର ଘର ଲୋକେ ଫେରାର ହୋଇଯାଇଛନ୍ତି । ପୋଲିସ ଏନେଇ ତଦନ୍ତ ଜାରି ରଖିଛି ।










