17.1 C
Bhubaneswar
Wednesday, February 4, 2026
Homeଓଡିଶାରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ନବନିଯୁକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ

ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ନବନିଯୁକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ

ଭୁବନେଶ୍ୱର: ନବବର୍ଷର ପ୍ରଥମ ଦିନରେ ଆଜି ଓଡ଼ିଶାର ନବନିଯୁକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟିଙ୍କୁ ଲୋକଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।ଏହି ସାକ୍ଷାତ ସମୟରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ରାଜ୍ୟପାଳଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇବା ସହ ରାଜ୍ୟର ସାମଗ୍ରିକ ପ୍ରଗତିକୁ ପାଇଁ ପ୍ରମୁଖ ପ୍ରଶାସନିକ ପ୍ରାଥମିକତା, ଜାରି ରହିଥିବା ବିକାଶମୂଳକ ପଦକ୍ଷେପ ଏବଂ କଲ୍ୟାଣକାରୀ କାର୍ଯ୍ୟକ୍ରମ ବିଷୟରେ ରାଜ୍ୟପାଳଙ୍କ ସହିତ ଆଲୋଚନା କରିଥିଲେ। ପ୍ରଭାବଶାଳୀ ଶାସନ ସୁନିଶ୍ଚିତ କରିବା ପାଇଁ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଏବଂ ରାଜ୍ୟ ପ୍ରଶାସନ ମଧ୍ୟରେ ସୁଗମ ସମନ୍ୱୟର ଗୁରୁତ୍ୱ ଉପରେ ଆଲୋଚନା ମଧ୍ୟ କରାଯାଇଥିଲା।ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗଙ୍କ ଏହି ସୌଜନ୍ୟମୂଳକ ସାକ୍ଷାତ କାର୍ଯ୍ୟକ୍ରମକୁ ସ୍ୱାଗତ କରିବା ସହ ଜନସେବା ପାଇଁ ପ୍ରଶାସନର ନିଷ୍ଠାପରତାକୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ଏହି ଲକ୍ଷ୍ୟ ହାସଲ ପାଇଁ ଦଳଗତ ଭାବେ କାର୍ଯ୍ୟ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ରାଜ୍ୟପାଳ ଆଗାମୀ ବର୍ଷରେ ନିରନ୍ତର ବିକାଶ ଓ ଓଡ଼ିଶାବାସୀଙ୍କ ମଙ୍ଗଳ ଉପରେ ଗୁରୁତ୍ୱାରୋପ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking